www.samajalive.in
Saturday, December 6, 2025
26.1 C
Bhubaneswar

ସଫଳ ଅଭିନେତାଙ୍କ ବିଫଳ ଚଳଚ୍ଚିତ୍ର

ମୁମ୍ବଇ : ବଲିଉଡ ଜଗତରେ ସମସ୍ତ କଳାକାର ନିଜର ଚଳଚ୍ଚିତ୍ରକୁ ସୁପରହିଟ କରିବାପାଇଁ ପ୍ରାଣମୁର୍ଚ୍ଛା ପରିଶ୍ରମ କରିଥାଆନ୍ତି। ସେହିପରି ଚଳଚ୍ଚିତ୍ର ନିର୍ଦେଶକ ମଧ୍ୟ ଚଳଚ୍ଚିତ୍ରର ପ୍ରତ୍ୟକ ଭାଗକୁ ବାରମ୍ବାର ସୁଟିଙ୍ଗ କରିବା ସହ ଚଳଚ୍ଚିତ୍ରରେ ଯେପରି କିଛି ବି ଭୁଲ ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇଥାଆନ୍ତି। ସମସ୍ତ ପ୍ରୟାସ କରିବା ପରେ ମଧ୍ୟ କିଛି ଚଳଚ୍ଚିତ୍ର ଦର୍ଶକଙ୍କ ମନଜିଣିବାରେ ବିଫଳ ହୋଇଥାଏ। ଫଳରେ ଦର୍ଶକଙ୍କର ସେହି ଅଭିନେତା/ଅଭିନେତ୍ରୀ ମାନଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗି ବଦଳି ଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଜଣ କଳାକାରଙ୍କ ବିଷୟରେ ଯେଉଁମାନେ ନିଜ ଚଳଚ୍ଚିତ୍ରରେ ବିଫଳ ହୋଇଥିଲେ।
ହ୍ରିତିକ – ବଲିଉଡ ଅଭିନେତା ତଥା ଡ୍ୟାନ୍ସର ହ୍ରିତିକ ରୋଶନ। ଚଳଚ୍ଚିତ୍ର ‘ଗୁଜାରିଶ’ରେ ଅଭିନେତା ହ୍ରିତିକ ରୋଶନ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ। କିନ୍ତୁ, ଚଳଚ୍ଚିତ୍ର ‘ମୈ ପ୍ରେମ କି ଦିବାନୀ ହୁଁ’ ଚଳଚ୍ଚିତ୍ରରେ ଦର୍ଶକ ଅଭିନେତା ହ୍ରିତିକଙ୍କ ଅଭିନୟକୁ ନାପସନ୍ଦ କରିଥିଲେ।
ଶାହାରୁଖ – ବଲିଉଡ ବାଦଶାହା ଶାହାରୁଖ ଖାନ। ବଲିଉଡ ବାଦଶାହାଙ୍କ ପାଖାପାଖି ସମସ୍ତ ଚଳଚ୍ଚିତ୍ର ସୁପରହିଟ ସହ ଦର୍ଶକ ମନଭରି ଉପଭୋଗ କରିଥାନ୍ତି। କିନ୍ତୁ ଚଳଚ୍ଚିତ୍ର ‘ଅଶୋକା’ରେ ଶାହାରୁଖଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିନଥିଲେ।
ସୈଫ ଅଲ୍ଲୀ ଖାନ – ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ କିଛି ଚଳଚିତ୍ରରେ ବିଫଳ ହୋଇଥିଲେ। ସୈଫ ଅଲ୍ଲୀ ଖାନଙ୍କ ଚଳଚ୍ଚିିତ୍ର ‘ଓମ୍‍କାରା’ ବକ୍ସ ଅଫିସରେ ବିଫଳ ସାବ୍ୟସ୍ତ ହୋଇଥିଲା।
ସଲମନ ଖାନ – ଅଭିନେତା ସଲମନ ଖାନଙ୍କ ଅନେକ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଟ୍ୟୁବଲାଇଟ’ ବିଫଳ ହୋଇଥିଲା।
ଅମିତାଭ ବଚ୍ଚନ୍‍ – ନିଜର ଅଭିନୟ ପାଇଁ ଅଭିନେତା ବିଗ ବି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। କିନ୍ତୁ ଅମିତାଭ ବଚ୍ଚନ୍‍ଙ୍କ ‘ଆଗ’ ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କ ମନ ଜିତି ପାରିନଥିଲା।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories