www.samajalive.in
Sunday, December 7, 2025
26.1 C
Bhubaneswar

ଅକ୍ଟୋବର ୪ରେ ବଜାରକୁ ଆସିବ ଗୁଗୁଲ ‘ପିକ୍ସେଲ-୩’ ଏବଂ ‘ପିକ୍ସେଲ-୩ ଏସ୍‍ଆଇ’

ନୂଆଦିଲ୍ଲୀ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗୁଗୁଲ ଫ୍ଲାଗସିପ୍‍ ଗୁଗୁଲ ପିକ୍ସେଲ-୩ ଏବଂ ପିକ୍ସେଲ-୩ ଫୋନର ବଜାର ପ୍ରବେଶର ତାରିଖ ଘୋଷଣା କରିଛି। ଏହି ଦୁଇଟି ଫୋନ୍‍ ଅକ୍ଟୋବର ମାସ ୪ତାରିଖରେ ଲଞ୍ଚ୍‍ ହେବ। ଏହି ଫୋନ୍‍ ଲଞ୍ଚ୍‍ ହେବାର ତାରିଖ ବିଷୟରେ କାନାଡାର ୟୁଟ୍ୟୁବ୍‍ ଇନ୍‍ଫ୍ଲୁଏସସ୍‍ କୁ ଗୁଗୁଲ ସୂଚନା ଦେଇଛି। କହିରଖୁଛୁ ପୂର୍ବବର୍ଷ ‘କମ୍ପାନୀ ପିକ୍ସେଲ-୨’ ଏବଂ ‘ପିକ୍ସେଲ-୨ ଏକ୍ସଏଲ୍‍’ ଲଞ୍ଚ୍‍ କରିଥିଲା।
କିଛିଦିନତଳେ ବେଞ୍ଚ୍‍ମାର୍କଙ୍କର ରିପୋର୍ଟ ସମ୍ନାକୁ ଆସିଥିଲା ଯାହା ଅନୁସାରେ ଗୁଗୁଲ ‘ପିକ୍ସେଲ-୩’ ଏବଂ ‘ପିକ୍ସେଲ-୩ ଏକ୍ସଲ’ରେ କ୍ୱାଲାକମ ସ୍ନାପଡ୍ରାଗନ୍‍ ୮୪୫ ପ୍ରୋସେସର ପାଇପାରିବେ। ଏହା ବ୍ୟତୀତ ଏଥିରେ ଆଉଟ ଅଫ୍‍ ବକ୍ସ ଆଣ୍ଡ୍ରଏଡ୍‍-ପି ମିଳିବ।
ଟେକ୍‍ ଟୁଡେ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଏହି ଫୋନ୍‍ ଲଞ୍ଚ୍‍ ହେବା ତାରିଖ ବିଷୟରେ ସୂଚନା ଦେଇଛି। ଗୁଗୁଲ ଭୁଲ ବଶତଃ ଏହି ଫୋନ ବିଷୟରେ ସୂଚନା ଦେଇଥିବା ଏହି ଭିଡିଓରେ କୁହାଯାଇଛି। ଏହି ଭିଡିଓରେ ପିକ୍ସେଲ-୩ର ଏକ ଝଲକ୍‍ ଦେଖିବାକୁ ମିଳିଛି। କିନ୍ତୁ ଗୁଗୁଲ ତରଫରୁ ସରକାରୀ ଭାବେ ସୂଚନା ଦିଆଯାଇଛି କି ନାହିଁ ତାହା ଏବେ ମଧ୍ୟ ପ୍ରମାଣ ହେଇନାହିଁ।
‘ପିକ୍ସେଲ-୩’ ଫୋନର ବିଶେଷତ୍ୱ
ଏଥିରେ ସ୍ନାପଡ୍ରାଗନ୍‍ ୮୪୫ ପ୍ରୋସେସର, ୪ଜିବି ରାମ୍‍, ଆଣ୍ଡ୍ରଏଡ୍‍ ପି ପାଇପାରବେ। ସେହିଭଳି ପିକ୍ସେଲ-୩ରେ ୫.୪ ଇଞ୍ଚ୍‍ ଏବଂ ପିକ୍ସଲ-୩ ଏକ୍ସ ଏଲ୍‍ରେ ୬.୩ଇଞ୍ଚ୍‍ର ଡିସପ୍ଲେ ପାଇପାରିବେ। ଏହି ଫୋନର କ୍ୟାମେର ବିଷୟରେ ଏବେ କୌଣସି ସୂଚନା ମିଳିନାହିଁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories