www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱର ଦାମୀ ସ୍ମାର୍ଟଫୋନ୍‍

ନୂଆଦିଲ୍ଲୀ : ଦାମୀ ଫୋନ୍‍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆପଲ୍‍ କମ୍ପାନୀ ୨୫୬ଜିବି ମେମୋରି ଥିବା ଆଇଫୋନ୍‍-ଏକ୍ସ ବଜାରକୁ ଆଣି ଦେଶରେ ମୋବାଇଲ ଫୋନ୍‍ର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଫୋନ୍‍ ଉତ୍ପାଦନ କରିବାର ଗୌରବ ହାସଲ କରିଛି। ଏପର୍ଯ୍ୟନ୍ତ ଦେଶର ସବୁଠାରୁ ଦାମି ଫୋନ୍‍ ହେଉଛି ‘ଆଇଫୋନ୍‍ ଏକ୍ସ’। ଆସନ୍ତୁ ଏହିଭଳି କେତୋଟି ଦାମୀ ଫୋନ୍‍ ବିଷୟରେ ଜାଣିବା।

ଡାଇମଣ୍ଡ୍‍ କ୍ରିପ୍ଟୋ ନାମରେ ଏକ କମ୍ପାନୀ ବିଶ୍ୱରେ ଦାମୀ ଫୋନ୍‍ ପ୍ରସ୍ତୁତ କରିବାରେ ବେଶ୍‍ ପରିଚିତ। ଦାମୀ ଫୋନ୍‍ ପ୍ରସ୍ତୁତି କରିବାରେ ଏହି କମ୍ପାନୀ ଏକ ନମ୍ବରରେ ରହିଛି। ଏହି କମ୍ପାନୀ ତାର ପ୍ରସ୍ତୁତ କରୁଥିବା ଫୋନ୍‍ ଉଚ୍ଚମାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହି ଫୋନ୍‍ ର ମୂଲ୍ୟ ପାଖାପାଖି ୯କୋଟି ଟଙ୍କା।

- Advertisement -

ଭିଆଇପିଏନ୍‍ ବ୍ଲାକ୍‍ ଡାଇମଣ୍ଡ୍‍ରେ ଅସଲି ହୀରା ବ୍ୟବହାର ହେଉଥିବାରୁ ଏହାକୁ ଅନେକ ଲୋକପ୍ରିୟତା ମିଳିଛି। ଯାହାର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା।

ସବେଲି ଚାମ୍ପେନ୍‍ ନାମକ ଏହି ସ୍ମାର୍ଟଫୋନ୍‍ ୩୯୫ହ୍ୱାଇଟ୍‍ ଡାଇମଣ୍ଡସ୍‍ ଏବଂ ୧୮କ୍ୟାରେଟ୍‍ ଗୋଲ୍ଡ ସେଲ୍‍ ସହିତ ପାଖାପାଖି ୪୦ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି। ସବୁଠାରୁ ଖାସ୍‍ କଥା ହେଇଛି ଏହି ଫୋନ୍‍ ଆଣ୍ଡ୍ରଏଡ୍‍ ଭରସନ୍‍ରେ ମଧ୍ୟ ଉପଲବ୍ଧ ହେଉଛି।

ଟୋନିନୋ ଲାମ୍ବୋରଘିନି ଆଲ୍‍ଫା ୱାନ୍‍ ଦାମୀ ସ୍ମାର୍ଟଫୋନ୍‍ ଲଞ୍ଚ୍‍ କରିଛି। ଏହାକୁ ଇଟାଲିଆନ୍‍ କଳା ଚମଡାର କଭର, ସ୍ନାପଡ୍ରାଗନ୍‍ ୮୨୦ପ୍ରୋସସର୍‍ ସହିତ ୪ଜିବି ରାମ୍‍ ଏବଂ ୬୪ଜିିବି ଷ୍ଟୋରେଜ୍‍ ସହିତ ଲଞ୍ଚ୍‍ କରାଯାଇଛିି। ଏହାର ମୂଲ୍ୟ ୧ଲକ୍ଷ ୬୦ହଜାର ଟଙ୍କା।

ସେହିଭଳି ଏହି ମୂଲ୍ୟରେ ହୁୱାଇ ପୌସିମାଟି ୧୦ ବଜାରରେ ଉପଲବ୍ଧ ହେଉଛି। ଏହା କଳା ରଙ୍ଗରେ ମିଳୁଛି। ଯାହାର ମୂଲ୍ୟ ୧ଲକ୍ଷ ୭୦ହଜାର ଟଙ୍କା। ଏହି ଫୋନ୍‍ରେ ଆପଣ ୫୧୨ଜିବି ଷ୍ଟୋରେଜ୍‍ ପାଇପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories