www.samajalive.in
Monday, December 8, 2025
27.1 C
Bhubaneswar

ବିପ୍ଳବ ଦେବଙ୍କୁ ବାଂଲାଦେଶୀ ଦେଖାଇଲା ୱିକିପିଡ଼ିଆ, ରାଜନୀତିରେ ଝଡ଼

ଅଗରତାଲା : ୱିକିପଡ଼ିଆ ପେଜ୍‍ରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଳବ ଦେବଙ୍କୁ ବାଂଲାଦେଶୀ ବୋଲି ଦେଖାଇବା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ହେବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ବିପ୍ପବ ଦେବଙ୍କ ଜନ୍ମ ଭାରତରେ ହୋଇଛି ବାଂଲାଦେଶରେ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଉଲ୍ଲେଖ ଯେ ୱିକିପିଡିଆରେ ବିପ୍ଳବ ଦେବଙ୍କ ପ୍ରୋଫାଇଲ ପେଜ୍‍ରେ ଲେଖାଯାଇଥିଲା ଯେ ତାଙ୍କ ଜନ୍ମ ବାଂଲାଦେଶରେ ହୋଇଛି। ଏହାକୁ ତାଙ୍କ ସମର୍ଥକ ଓ ବିଜେପି ନେତାମାନେ ବିରୋଧ କରିଥିଲେ। ଫଳରେ ଗୁରୁବାରରୁ ଶନିବାର ମଧ୍ୟରେ ୱିକିପିଡ଼ିଆର ବିପ୍ଳବଦେବଙ୍କ ପ୍ରୋଫାଇଲ ପେଜ୍‍କୁ ୩୭ ଥର ସଂଶୋଧନ କରାଯାଇଥିଲା। ଏଥିରେ ତାଙ୍କ ଜନ୍ମସ୍ଥାନ ତ୍ରିପୁରାର ଗୋମତି ଜିଲା ପରେ ବାଂଲାଦେଶର ଚାନ୍ଦପୁରରେ ବୋଲି ଦର୍ଶାଯାଇଥିଲା। ପ୍ରଥମ ସଂଶୋଧନ ଗୁରୁବାର ସକାଳ ୧୦ଟା ୩୮ରେ ହୋଇଥିଲା। ଏଥିରେ ତାଙ୍କ ଜନ୍ମସ୍ଥାନ ବାଂଲାଦେଶର ଚାନ୍ଦପୁରର ରାଜଧର ନଗର ଗ୍ରାମ ବୋଲି ଲେଖାଯାଇଥିଲା। ଏହାପରେ ୧ଟା ୧୧ଟାରେ ପୁଣି ଏହାକୁ ବଦଳାଯାଇ ତ୍ରିପୁରା ଗୋମତି ଜିଲାର ରାଜଧର ନଗର ବୋଲି ଦର୍ଶାଯାଇଥିଲା। ଏଭଳି ଭାବେ ୩୭ ଥର ସଂଶୋଧନ ହୋଇଥିଲା। ବିପ୍ଳବ ଦେବଙ୍କ ଗଣମାଧ୍ୟମ ପରାମର୍ଶଦାତା ସଂଜୟ ସିଂହ ଏନେଇ ୱିକିପିଡ଼ିଆର ଦୃଷ୍ଟି ଆକର୍ଷଣ କରିବା ପରେ ସଂଶୋଧନ ପ୍ରକ୍ରିୟା ଅଟକିଥିଲା। ବିପ୍ଳବ ଦେବଙ୍କ ଜନ୍ମ ୧୯୭୧ ନଭେମ୍ବର ୨୫ରେ ତ୍ରିପୁରାର ଗୋମତି ଜିଲା ଜାମଜୁରିରେ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories