www.samajalive.in
Sunday, December 14, 2025
17.1 C
Bhubaneswar

ସରିଫଙ୍କ ପୁଅ ବିରୋଧରେ ରେଡ କର୍ଣ୍ଣର ନୋଟିସ ପାଇଁ ଇଣ୍ଟରପୋଲର ଦ୍ୱାରସ୍ଥ ହେଲା ପାକିସ୍ତାନ

ଇସଲାମାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦୁଇ ପୁଅ ହସନ ଓ ହୁସେନଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ ପାକିସ୍ତାନର ଦୁର୍ନୀତି ନିବାରଣ ସଂସ୍ଥା ଇଣ୍ଟରପୋଲର ଦ୍ୱାରସ୍ଥ ହୋଇଛି। ସରିଫଙ୍କ ଦୁଇ ପୁଅଙ୍କୁ ଅଦାଲତ ପଳାତକ ଘୋଷଣା କରିଛି। ତେଣୁ ସେମାନଙ୍କୁ ସ୍ୱଦେଶ ଆଣି ଆବଶ୍ୟକ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଲାଗି ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନଏବି) ଇଣ୍ଟରପୋଲର ସହାୟତା ଲୋଡିଛି। ଏଥିପାଇଁ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ) ଫ୍ରାନ୍ସସ୍ଥିତ ଇଣ୍ଟରପୋଲର ମୁଖ୍ୟକାର୍ଯ୍ୟାଳୟରେ ବିଧିବଦ୍ଧ ଆବେଦନ କରିଛି। ସରିଫଙ୍କ ପୁଅଙ୍କୁ ସ୍ୱଦେଶ ଆଣିବା ଲାଗି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ଏନଏବି ଅଧ୍ୟକ୍ଷ ଜାଭେଦ ଇକବାଲ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟକୁ କହିଛନ୍ତି। ହାସନ ଓ ହୁସେନ ଏବେ ଲଣ୍ଡନରେ ରହୁଛନ୍ତି। ସେଠାରେ ସେମାନେ ନିଜ ଅସୁସ୍ଥ ମା କୁଲସୁମ ନୱାଜଙ୍କ ଦେଖାଶୁଣା କରୁଛନ୍ତି। ଦୁର୍ନୀତି ଅଭିଯୋଗରେ ସରିଫ ଓ ତାଙ୍କ ଝିଅ ଦୋଷୀ ସାବ୍ୟସ୍ତ ହୋଇ ଏବେ ପାକିସ୍ତାନ ଜେଲ୍‍ରେ ବନ୍ଦୀ ଅଛନ୍ତି। ଏହି ଦୁର୍ନୀତି ମାମଲାରେ ଦୁଇ ପୁଅଙ୍କୁ ମଧ୍ୟ ଜଡିତ କରାଯାଇଛି; ମାତ୍ର ଅଦାଲତଙ୍କ ବାରମ୍ବାର ନୋଟିସ ସତ୍ତ୍ବେ ସେମାନେ ହାଜର ହୋଇ ନଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories