www.samajalive.in
Monday, December 15, 2025
26.1 C
Bhubaneswar

ବନ୍ଧୁତ୍ୱ ଦିବସରେ ବନ୍ଧୁଙ୍କୁ ଦିଅନ୍ତୁ ଏହି ନିଆରା ଉପହାର

କ୍ୟାଲେଣ୍ଡରରେ ଅନେକ ପର୍ବ ଓ ଦିବସ ପାଳନ ପାଇଁ ନିର୍ଦ୍ଦିଷ୍ଟ ତାରିଖ ରହିଥାଏ। ସେହିପରି ନିଜର ପରିଜନଙ୍କ ସହ କିଛି ସମୟ ବିତାଇବା ପାଇଁ ହେଉ ଅବା ଉତ୍ସବ ମନେଇବା ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଦିନ ରହିଛି। ଯେପରି ଫାଦର୍ସ ଡେ, ମଦରର୍ସ ଦେ, ଫ୍ରେଣ୍ଡସିଫ୍ ଡେ ଇତ୍ୟାଦି। ଜୀବନରେ ପିତାମାତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ସାଙ୍ଗସାଥୀଙ୍କ ଭୂମିକା ମଧ୍ୟ କିଛି କମ୍ ନୁହେଁ ।

ବନ୍ଧୁ  ଜୀବନର ପ୍ରତି କ୍ଷେତ୍ରରେ ସାଙ୍ଗରେ ରହିବା ସହ ସହଯୋଗ ଓ ସହାୟତାର ହାତ ବଢାଇଥାଏ । ପ୍ରତିଦିନ ପ୍ରତି କ୍ଷେତ୍ରରେ ସେ ଆମ ସାଥିରେ ରହିଥିଲେ ହେଁ ତାର ଉପଯୁକ୍ତ ମୂଲ୍ୟ ଆମେ ବୁଝି ନ ଥାଉ । ସେଥିପାଇଁ ତ କ୍ୟାଲେଣ୍ଡରରେ ଗୋଟିଏ ଦିନ ରହିଛି, ଯେଉଁଦିନଟିକୁ ବନ୍ଧୁ ପାଇଁ ଉତ୍ସର୍ଗ କରାଯାଇଛି ।

ଅଗଷ୍ଟମାସର ପ୍ରଥମ ରବିବାର ହେଉଛି ଫ୍ରେଣ୍ଡସିଫ୍ ଡେ। ସେହି ଦିନଟିକୁ  ସ୍ମରଣୀୟ କରିବା ପାଇଁ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ଉପହାର ଦିଆଯାଇଥାଏ । ଯେପରି ଫ୍ରେଣ୍ଡସିଫ୍ କାର୍ଡ, ଫ୍ରେଣ୍ଡସିଫ୍ ବ୍ୟାଣ୍ଡ, ବିଭିନ୍ନ ପ୍ରକାର ବହି ଉପହାର ଦେଇଥାଉ । ଏହି ସବୁ ବ୍ୟତୀତ ଗଛ ଚାରା ଓ ଗୃହପାଳିତ ପଶୁ ମଧ୍ୟ ଉପହାର ଦିଆଯାଇ ପାରିବ ।

- Advertisement -

ଗୃହପାଳିତ ପଶୁ ଯେପରି କୁକୁର ଛୁଆ(ପପି) ଓ ବିରାଡି ଛୁଆ (କିଟେନ୍)କୁ ଆମେ ସମେସ୍ତ ଭଲପାଉ ବା ସ୍ନେହ କରୁ। ଗୃହପାଳିତ ପଶୁ ଉତ୍ତମ ବନ୍ଧୁତ୍ୱର ଉଦାହରଣ ସୃଷ୍ଟି କରିଥାଆନ୍ତି । ସେମାନଙ୍କ ବନ୍ଧୁତ୍ୱ ଯେତିକି କୋମଳ ସେତିକି ବିଶ୍ୱାସଯୋଗ୍ୟ ମଧ୍ୟ। ଏମାନେ ବନ୍ଧୁତ୍ୱକୁ ଏକ ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଥାଆନ୍ତି । ଭରସା ଯୋଗ୍ୟ ବନ୍ଧୁତ୍ୱ ସ୍ଥାପନା ପାଇଁ ଏମାନେ ସମାଜକୁ ବାର୍ତ୍ତା ଦେଇଥାଆନ୍ତି ।

ଗଛ ଲଗାଇବାକୁ ଭଲ ପାଉଥିବା ବା ଯାହା ସହ ଅଲଗା ହେବାକୁ ଚାହୁଁ ନ ଥିବା ବନ୍ଧୁଙ୍କୁ ଏକ ଗଛର ଚାରା ମଧ୍ୟ ଉପହାର ଦେଇପାରିବେ । ପ୍ରତିଦିନ ଗଛରେ ପାଣି ଦେବା ଅଭ୍ୟାସ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ କରିଥାଏ ।  ଗଛଟିଏ ନିଜର ସ୍ୱାର୍ଥ ସାଧନ ବିନା ସମସ୍ତଙ୍କର ହିତ କରିଥାଏ । ସେହିପରି ବନ୍ଧୁଟିଏ ନିଜ ସ୍ୱାର୍ଥ ଅପେକ୍ଷା ବନ୍ଧୁର ସ୍ୱାର୍ଥକୁ ପ୍ରାଧାନ୍ୟତା ଦେବା ସହ ଜୀବନର ସବୁ ସମୟରେ ତାକୁ ସାହାଯ୍ୟ କରିଥାଏ। ଏଥିପାଇଁ ତ ଚାଣକ୍ୟ କହିଛନ୍ତି ବିଳାସ ବ୍ୟସନ , ଶତ୍ରୁ ସଙ୍କଟେ, ଦୁର୍ଭିକ୍ଷ,  ରାଜଦ୍ୱାରେ ଶଶ୍ମାନେ ଯିଏ ସାହାଯ୍ୟ କରେ ସେ ବନ୍ଧୁ ଅଟେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories