www.samajalive.in
Monday, December 8, 2025
16.1 C
Bhubaneswar

ମରିବୁ ପଛେ ଜାଗା ଛାଡିବୁ ନାହିଁ; ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ପୁଲିସ ପଡିଆଠାରେ ଭାରତ ସରକାରଙ୍କର ଭାରତମାଳା ପରିଯୋଜନାରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ, ରାୟଗଡା ସୈାଜନ୍ୟରେ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୬ଥାକିଆ ଜାତୀୟରାଜପଥ ଅର୍ଥନୈତିକ କରିଡର ନିର୍ମାଣ ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଯୋଗଦେଇଥିଲେ। ଜିଲାର ୭୦ଟି ଗ୍ରାମ ଦେଇ ଏହି ନୂତନ ଜାତୀୟ ରାଜପଥ ଯିବାକୁ ଥିବାବେଳେ ଏହା ଛତିଶଗଡ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ ।ତେବେ ଏହି ଜନଶୁଣାଣିରେ ଯୋଗଦେଇ ଜମିହରାଇବାକୁ ଥିବା ଚାଷୀମାନେ ଏହାର ଦୃଢବିରୋଧ କରିଥିଲେ। ଗତ ୨୦୧୭ ମସିହାରେ କରାଯାଇଥିବା ସର୍ଭେ ପ୍ରକାରେ ପୁରୁଣା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଦେଇ ଏହି ନୂତନ ରାଜପଥ ନିର୍ମାଣ କରିବାକୁ ଦାବି କରାଯାଇଥିଲା। ନୂତନ ସର୍ଭେ -୨୦୨୦ରେ ରାଜପଥ ନିର୍ମାଣ କରାଗଲେ ବହୁ ଜମି ଚାଲିଯିବା ସହ ଗରିବ ଆଦିବାସୀ ଚାଷୀମାନେ ସର୍ବସାନ୍ତ ହୋଇଯିବେ। ଏହା ସହିତ ବହୁ ଗ୍ରାମ ସହିତ ବହୁତ ଘର, ଶ୍ମଶାନଜମି, ପୋଖାରୀ ଚାଲିଯାଉଥିବାରୁ ଏହି ପରିବାରମାନେ ବଞ୍ଚିବା କଷ୍ଟକର ହେବ ବୋଲି କହିଥିଲେ। କେତେକ ବ୍ୟକ୍ତି ମରିବୁ ପଛେ ଜାଗା ଛାଡିବୁନି ବୋଲି କହିଥିଲେ ।

ଅନ୍ୟ କେତେକ ଜମି ନେବା ପୂର୍ବରୁ ସରକାର ତାଙ୍କର ପରିବାରକୁ ହତ୍ୟା କରନ୍ତୁ, ଗୁଳି କରି ମାରିଦିଅନ୍ତୁ କିମ୍ବା ଫାଶି ଦିଅନ୍ତୁ ବୋଲି କହିଥିଲେ। ନିଜର ପୂର୍ବପୁରୁଷ ଭିଟାମାଟିର ଜାଗାକୁ କେବେହେଲେ ଛାଡିବେ ନାହିଁ ବୋଲି କହିଥିଲେ। ପୁରୁଣା ରାସ୍ତାକୁ ଓସାର କରି ଏହି ନୂତନ ରାଜପଥ ନିର୍ମାଣ କଲେ କୈାଣସି ଆପତ୍ତି ନଥିବା କହିଥିଲେ। ଏହାସିହିତ ନବରଙ୍ଗପୁରରେ ରେଳପଥ ତୁରନ୍ତ ନିର୍ମାଣ କରିବାକୁ ଦାବି କରିଥିଲେ। ଏଥିରେ ରାଜ୍ୟସଭା ସାଂସଦ ମୁନା ଖାଁ ଯୋଗଦେଇ ଚାଷୀଙ୍କର ଅସୁବିଧା ସଂପର୍କରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ସହ ଆଲୋଚନା କରିବେ ବୋଲି କହିଥିଲେ। ଭାରତୀୟ କିଷାନ ସଂଘର ସଭାପତି ଗୋପାଳ ପୂଜାରୀ, ସମ୍ପାଦକ ସରାଦୁ ଭତରା, ଜିଲା କୃଷକ ସଂଘ ସଭାପତି ସନରାଜ ଗଣ୍ଡ, ଜିଲାକୃଷକ ମହାସଂଘ ସଭାପତି ଦିବାକର ପୂଜାରୀ, ଆଇନଜୀବୀ ସରୋଜ ବେହେରା, ଲଛମିଧର ଭତରା, ଗୈାତମ ଗଣ୍ଡ, ପଦ୍ମନ ନାୟକ, ଝାଙ୍କର ଖରା, ରମେଶ ଗଣ୍ଡ, ଜୟଦେବ ପୂଜାରୀ, ସତମନ ପୂଜାରୀ କୃଷ୍ଣ ହରିଜନ, ମେଘନାଦ, ବକଚନ୍ଦ୍ର ଗଣ୍ଡ ପ୍ରମୂଖ ୩୫ ଜଣ ସେମାନଙ୍କର ମତ ଦେଇ ନୂତନ ରାଜପଥ ନିର୍ମାଣକୁ ତିବ୍ର ବିରୋଧ କରିବା ସହ ପୁରୁଣା ରାଜପଥକୁ ସଲଗ୍ନ କରି ନୂତନ ରାଜପଥ କରିବାକୁ ଦାବି କରିଥିଲେ ।ନଚେତ ଚାଷୀ ଆନ୍ଦୋଳନ ତିବ୍ର କରାଯିବ ବୋଲି କହିଥିଲେ। ଏଥିରେ ରାଜ୍ୟ ପ୍ରଦୂଷଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଶାନ୍ତ କର ଯୋଗଦେଇ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଆସିଥିବା ମତ ମଧ୍ୟରେ ଜଙ୍ଗଲ ଜମି ଓ ଜଳପ୍ରକଳ୍ପ ସୁରକ୍ଷା, ଗ୍ରାମର ମନ୍ଦିର ସୁରକ୍ଷା, ଜମି ହରାଇଥିବା ଲୋକଙ୍କ କ୍ଷମିପୂରଣ, କେତେ କ୍ଷତିପୂରଣ ଦିଆଯିବ ଓ ଜଣକୁ ଚାକିରୀଦେବା ଦାବି ରହିଛି। ମକା ଓ କପା ଚାଷୀଙ୍କର କ୍ଷତି ଓ ଏଥିପାଇଁ ପ୍ଲାଣ୍ଟ ବସାଇବାକୁ ଦାବି, ଜଳସେଚନ ବ୍ୟବସ୍ଥା, ମୃତ୍ତିକା କ୍ଷତି ପୁନରୁର୍ଦ୍ଧାର ଓ ଆଡିବନ୍ଧ ନିର୍ମାଣ ପାଇଁ ଦାବି ହୋଇଥିବା କହିଥିଲେ।

- Advertisement -

ଏହାସହିତ ରେଳ ସଂଯୋଗ ପାଇଁ ମଧ୍ୟ ଦାବି କରାଯାଇଛି ବୋଲି କହିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ସୁପ୍ରିକକୋର୍ଟଙ୍କର ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଜନଶୁଣାଣି କରାଯାଉଛି। କ୍ଷତିପୂରଣ ଓ ପୁନର୍ବାସ ପାଇଁ ପଦକ୍ଷେପ ନିଆଯିବ। ସମସ୍ତ ଅଭିଯୋଗର ଭିଡିଓ ରେକଡିଂ କରାଯାଇଥିବାବେଳେ ଏହା କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ପଠାଯିବ। ଏହାକୁ ସରକାର ତର୍ଜମା କରି ପରିବର୍ତ୍ତି ପଦକ୍ଷେପ ନେବେ ବୋଲି କହିଥିଲେ। ଚାଷୀଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ବୋଲି କହିିଥିଲେ। ଜାତୀୟରାଜପଥର ସାଇଡ୍‍ ଯନ୍ତ୍ରୀ କିରନ୍‍ କୁମାର ସମସ୍ତ ଅଭିଯୋଗକୁ ସରକାରଙ୍କର ନିକଟରେ ଉପସ୍ଥାପିତ କରାଯିବା ସହ ସମସ୍ତ କ୍ଷତିକୁ ବଞ୍ଚାଇବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ ।ବିଶେଷ କରି ମନ୍ଦିର, ପୋଖାରୀ ପ୍ରତି ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ଏହି ଜନଶୁଣାଣିରେ ନବରଙ୍ଗପୁର ତହସିଲଦାର, ଜିଲାପାଳଙ୍କର କାର୍ଯ୍ୟାଳୟର ଜମିଅଧିଗ୍ରହଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ସମେତ ରାଇଘର ବ୍ଳକ, ଉମରକୋଟବ୍ଲକ, ଡାବୁଗାଁ ବ୍ଲକ, ପାପଡାହାଣ୍ଡିବ୍ଳକ ଓ ନବରଙ୍ଗପୁର ବ୍ଲକର ଶତାଧିକ କ୍ଷତିଗ୍ରସ୍ତ ଚାଷୀ ଯୋଗଦେଇଥିିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories