ନବୀନଙ୍କ ମହିଳା କାର୍ଡ ; ବିଜେଡିରେ ଚାଲିଛି ପାର୍ଥୀ ଖୋଜା

0

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କୁହାଯାଉଥିବା କେନ୍ଦ୍ରାପଡାରେ ଐତିହାସିକ ଘୋଷଣା କରିଛନ୍ତି। ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେଡି ୩୩% ମହିଳା ସଂସଦକୁ ପଠାଇବାକୁ ପାର୍ଥୀ ଚୟନ କରିବ। ବିଜେଡିର ଏହି ଐତିହାସିକ ଘୋଷଣା କରିବା ପରେ ବିରୋଧୀ ଦଳମାନେ ଏହାକୁ ଜବରଦସ୍ତ ମହିଳା କାର୍ଡ କହିଛନ୍ତି। ସଂରକ୍ଷଣ ହିସାବରେ ବିଜେଡି ୭ଜଣ ମହିଳାଙ୍କୁ ସାସଂଦ ପାର୍ଥୀ ଚୟନ କରିବ। ଏହି ସମସ୍ତ ଆସନ ପାଇଁ ବିଜେଡିରେ ଜୋରଦାର ଅଙ୍କକଷା ଚାଲିଛି। ବିଧାନସଭା ଶୀତକାଳୀନ ଅଧିବେଶନରେ ବିଜେଡି ମହିଳା ମାନଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଦିଆଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ୨୧ ଆସନରୁ ୨୦ଟି ଆସନ ଜିତିଥିଲା। ଏହି ସମୟରେ ରିତା ତରାଇ(ଯାଜପୁର) ଓ ପ୍ରତ୍ୟୁଷା ରାଜେସ୍ୱରୀ(କନ୍ଦମାଳ) ନିର୍ବାଚନ ମଣ୍ଡଳିରୁ ଜିତିଥିଲେ। ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ୧୭ ନିର୍ବାଚନ ମଣ୍ଡଳି ପାଇଁ ଟିକେଟ ଦେଇଥିଲା। ଯେଉଁଥିରେ ବିଜେଡିର ୧୭ ମହିଳା ଜିତି ଆସିଛନ୍ତି। ଓଡ଼ିଶାରେ ୧.୪ କୋଟି ମହିଳା ଭୋଟ ଦେଇଥିଲେ।
ତେବେ ଆସନ୍ତୁ ଜାଣିବା ବିଜେଡି ମହିଳା ମାନଙ୍କ ପାଇଁ କଣ ଯୋଜନା ରହିଛି।
– ମିଶନ ଶକ୍ତି (ବିତ୍ତିୟ ସହାୟତା, ବିନା ସୁଧରେ ଋଣ, ସ୍ୱୟଂ ସହାୟକ ଗୋଷ୍ଠି ଆର୍ଥିକ ସ୍ତର ବୃଦ୍ଧି କରିବା)
– ମମତା ଯୋଜନା (ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା)
– ମହିଳା ଚାଷୀ ମାନଙ୍କ ପାଇଁ ମୁକ୍ତ ମୋବାଇଲ ଫୋନ
– ଷଷ୍ଠ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରୀ ମାନଙ୍କ ପାଇଁ ଖୁସି ଯୋଜନା
– ମୁଖ୍ୟମନ୍ତ୍ରୀ ମହିଳା ଶସକ୍ତିକରଣ ଯୋଜନା
– ବିଜୁ ପଟ୍ଟନାୟକ ରତ୍ନ ମହିଳା ଶସକ୍ତିକରଣ ଯୋଜନା
– ବିଜୁ କନ୍ୟାରତ୍ନ ଯୋଜନା
– ମହିଳାଙ୍କ ପାଇଁ ୩୩% ସଂରକ୍ଷଣ
ବିଜେପିର ମହିଳା ଯୋଜନା
-ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା
– ସୁକନ୍ୟା ସମୃଦ୍ଧି ଯୋଜନା
ରାହୁଲଙ୍କ ପ୍ରତିଶୃତି
– ଗରିବ ମହିଳାଙ୍କ ବିବାହରେ ସହାୟତା
– ବିଧବା ଭତ୍ତାରେ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି
– ମହିଳା କଲ୍ୟାଣ ପାଈଁ ପଞ୍ଚାୟତି ସ୍ତରରେ ବିଶେଷ ଅଧିକାରୀ ନିଯୁକ୍ତି

kalyan agarbati
Leave A Reply