BJD Bijuli 480×75 Mob

ବିଜେଡିର ମହିଳା କାର୍ଡ ; ଜାଣନ୍ତୁ ଏହି ୭ ମହିଳାଙ୍କୁ ନେଇ ଚାଲିଛି ଚର୍ଚ୍ଚା

BJD Bijuli 480×75 Mob
0

ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ବିଜେଡି ମହିଳା କାର୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ସମସ୍ତ ରାଜନୈତିକ ଦଳ ମହିଳା ପାର୍ଥି ଖୋଜିବା ପାଇଁ ତପ୍ତର ହୋଇଯାଇଛନ୍ତି। କେନ୍ଦ୍ରାପଡା ମିଶନ ଶକ୍ତି କାର୍ଯ୍ୟକ୍ରମରେ ୩୩% ମହିଳାଙ୍କୁ ଲୋକସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ। ଏହାପରେ ବିଜେଡି କେଉଁ ୭ ଜଣ ମହିଳାଙ୍କୁ ଟିକେଟ ପ୍ରଦାନ କରୁଛି ତାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି।
ସୂଚନା ଅନୁସାରେ ବିଜେଡି ଯାଜପୁର, ଜଗତସିଂହପୁର, ବଲାଙ୍ଗୀର, କଳାହାଣ୍ଡି, ବାଲେଶ୍ୱର, ଆସ୍କା ଓ କୋରାପୁଟ ଲୋକସଭା ଆସନରେ ମହିଳା ପାର୍ଥି ଦେବ ବୋଲି ଜଣାପଡିଛି। ଯାଜପୁରରୁ ରୀତା ତରାଇ, ଯିଏ ୨୦୧୪ରେ ଲୋକସଭା ଆସନ ଜିତିଥିଲେ। ଏହା ପରେ ବି ଯାଜପୁରରେ ପ୍ରମିଳା ମଲ୍ଲିକଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ସେହିପରି ଜଗତସିଂହପୁର ଲୋକସଭା ଆସନରୁ ବର୍ତ୍ତମାନ କୁଳମଣି ସାମଲ ରହିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଆସନରୁ ବିଧାୟକ ରାଜଶ୍ରୀ ମଲ୍ଲିକ ଓ ପୂର୍ବତନ ମହିଳା ଆୟୋଗ ସଦସ୍ୟା ମୀନତି ବେହରାଙ୍କୁ ନାମକୁ ଚର୍ଚ୍ଚା ଜୋର ଧରିଛି। ସେହିପରି ବଲାଙ୍ଗୀର ଲୋକସଭା ଆସନରୁ ବର୍ତ୍ତମାନ କଳିକେଶ ସିଂହଦେଓ ସାସଂଦ ରହିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଆସନ ପାଇଁ ସିମଇ ମିତ୍ରାଙ୍କ ନାମ ସାମ୍ନାକୁ ଆସୁଛି। କଳାହାଣ୍ଡି ଆସନରୁ ଅର୍କକେଶରି ଦେବ ସାସଂଦ ରହିଛନ୍ତି। ଚଳିତ ନିର୍ବାଚନରେ ଏହି ଆସନରୁ ତାଙ୍କ ପତ୍ନୀ ମାଳବିକା ଦେବୀଙ୍କ ନାମ ଚର୍ଚ୍ଚା ଜୋର ଧରିଛି। ଆସ୍କା ଲୋକସଭା ଆସନରୁ ପୂର୍ବତନ ସାସଂଦ ଲତିକା ପ୍ରଧାନଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି କୋରାପୁଟରୁ ସାସଂଦ ଝିହ୍ନ ହିକକାଙ୍କ ନାମ ବଦଳରେ ପଦ୍ମଶ୍ରୀ କମଳା ପୂଜାରିଙ୍କ ନାମ ସାମ୍ନାକୁ ଆସିଛି।

Leave A Reply