ବସ୍ତାନୀ ଭାରି, ପାଠ ଘର ଶୂନ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟ ବଜେଟକୁ ନେଇ ପୁଣି ଥରେ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ବଜେଟ ପ୍ରତିକ୍ରିୟା ଦେଇ ପ୍ରଥମେ ସେ ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ପଛୁଆ ଚାଲିଛି ବୋଲି କହିଥିଲେ। ହେଲେ ଶୁକ୍ରବାର ପୁଣି ଥରେ ସେ ମୋହନ ମାଝୀ ସରକାରକୁ ସିଧାସଳଖ କଟାକ୍ଷ କରିଛନ୍ତି। ନବୀନ କହିଛନ୍ତି, ରାଜ୍ୟ ବଜଟେକୁ ଦେଖିଲେ ଲାଗୁଛି ବସ୍ତାନୀ ଭାରି, ପାଠ ଘର ଶୂନ। ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଆଗକୁ ନେବାର ଥିଲା। କିନ୍ତୁ ଡବଲ ଇଞ୍ଜିନ ଓଲଟା ଦିଗରେ ଚାଲିଲା ଭଳି ଜଣାପଡ଼ୁଛି।

Comments are closed.