www.samajalive.in
Sunday, December 14, 2025
19.1 C
Bhubaneswar

‘କାଳିଆ’ ପାଇଁ ଅନଶନରେ ଅକ୍ଷୟ

ଭୁବନେଶ୍ବର : ‘କାଳିଆ’ ଯୋଜନାରେ ରାଜ୍ୟ ସରକାର ଅର୍ଥ କାଟ କରିବା ପ୍ରତିବାଦରେ ଅନଶନରେ ବସିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ରାଜ୍ୟର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର ଖିଲାପ ଦର୍ଶାଇ ଅକ୍ଷୟ ବିରିବନ୍ଧ ସ୍ଥିତ ଜଟଣୀ ସୂନ୍ଦରପଦା ରୋଡର କାର୍ୟ୍ୟାଳୟରେ ୪ ଦିନ ହେବ ଅନଶନରେ ବସିଛନ୍ତି।

ରାଜ୍ୟର ୭୦ ଲକ୍ଷ କୃଷକ କାଳିଆ ଯୋଜନାରେ ଉପକୃତ ହେବେ ଜଣେ ବି ଚାଷୀ ଏଥିରୁ ବାଦ ପଡିବେ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ‘କାଳିଆ’ ଯୋଜନାରେ ବ୍ୟାପକ ଜାଲିଆତି ଏବଂ ଅର୍ଦ୍ଧାଧିକ ଯୋଗ୍ୟ ହତାଧିକାରୀମାନେ ଅର୍ଥ ନପାଇବା ମଧ୍ୟ ଦେଖାଦେଇଥିଲା। ଆଉ କେତେକ ସ୍ଥାନରେ ମଧ୍ୟ ଚାଷୀଙ୍କ ମୋବାଇଲକୁ ମେସେଜ୍ ଆସିଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିଲା। ଯାହାର ପ୍ରତିବାଦ କରି ନବନିର୍ମାଣ କୃଷକ ସଙ୍ଗଠନ ଡିସେମ୍ବର ୧୬ ତାରିଖରେ ରାଜ୍ୟର ସମସ୍ତ ଏସପି ଅଫିସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ମୋକଦ୍ଦମା ଦାଖଲ କରିବା ସହ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଖଲ କରିଛି। ଏସବୁ ପରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇବା ପାଇଁ ଅନଶନକରେ ବସିଛନ୍ତି। ଅକ୍ଷୟଙ୍କ ଅନଶନକୁ ସମର୍ଥନ ଜଣାଇ ରାଜ୍ୟର କୃଷକ ନେତାମାନେ ସାକ୍ଷାତ କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ଡିସେମ୍ବର ୨୧ରେ ବିଜେଡି ସୁପ୍ରିମୋ ରାଜ୍ୟର ଚାଷୀମାନଙ୍କ ପାଇଁ ‘କାଳିଆ’ ଯୋଜନାର ଘୋଷଣା କରିଥିଲେ। ନିର୍ବାଚନରେ ସିଂହଭାଗ ଭୋଟଚାଷୀଙ୍କ ପାଖରୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଦେଲେ ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଟଙ୍କା ଦେବେ। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଖୁସି କରିବା ପାଇଁ କହିଦେଲେ ସେ ବଞ୍ଚିଥିବା ପର୍ୟ୍ୟନ୍ତ ’କାଳିଆ’ ଯୋଜନାକୁ କେହି ବନ୍ଦ କରିପାରବେ ନାହିଁ। କିନ୍ତୁ ବର୍ଷକ ମଧ୍ୟରେ ନବୀନଙ୍କ ସବୁ ଯୋଜନା ଫେଲ ମାରିଗଲା। ଅର୍ଥାଭାବ ଯୋଗୁ ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ଅର୍ଥ କାଟ କରିବା ଆରମ୍ଭ କରିଦେଲେ। ୭୫ଲକ୍ଷ ଚାଷୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିରେ ସରକାରକୁ ଆସିବା ବେଳେ କହିଥିଲେ। ହେଲେ ଏବେ ବର୍ଷେ ନପୂରୁଣୁ କାହିଁକି ୧୦ହଜାର ଟଙ୍କାଟା ୪ହଜାରକୁ ହ୍ରାସ କଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories