ମୁମ୍ବଇ: ବୁଧବାର ମୁମ୍ବଇ ଉପକୂଳରେ ଗୋଟିଏ ଯାତ୍ରୀବାହୀ ବୋଟ୍ ଆରବ ସାଗରରେ ବୁଡିଯିବାରୁ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଯାଏଁ ୧୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଜଣ ଏବେବି ନିଖୋଜ ରହିଛନ୍ତି। ସୂଚନା ମୁତାବକ ୧୧୦ ଯାତ୍ରୀଙ୍କୁ ନେଇ ‘ନୀଲ କମଲ’ ନାମକ ଉକ୍ତ ବୋଟ୍ଟି ଦକ୍ଷିଣ ମୁମ୍ବଇସ୍ଥିତ ଗେଟ୍ୱେ ଅଫ୍ ଇଣ୍ଡିଆରୁ ଆରବ ସାଗରରେ ଅବସ୍ଥିତ ଏଲିଫାଣ୍ଟା ଗୁମ୍ଫା ଅଭିମୁଖେ ଯାତ୍ରା କରୁଥିଲା। ମଝି ସମୁଦ୍ରରେ ବୋଟ୍ଟି ଗନ୍ତବ୍ୟସ୍ଥଳ ଆଡକୁ ଅଗ୍ରସର ହେଉଥିବାବେଳେ ସମୁଦ୍ରରେ ଦ୍ରୁତଗତିରେ ଆସୁଥିବା ନୌବାହିନୀର ଏକ ସ୍ପିଡ୍ ବୋଟ ଏହାକୁ ଧକ୍କା ଦେଇଥିଲା। ଉକ୍ତ ସ୍ପିଡ୍ ବୋଟ୍ର ଇଞ୍ଜିନ ପରୀକ୍ଷା କରାଯାଉଥିବା ବେଳେ ଏହା ନିୟନ୍ତ୍ରଣ ହରାଇ ପର୍ଯ୍ୟଟକଙ୍କ ବୋଟ୍କୁ ଧକ୍କା ଦେଇଥିବା ନୌବାହିନୀ ପକ୍ଷରୁ କୁହାଯାଇଛି। ସ୍ପିଡ୍ ବୋଟ୍ରେ ୫ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ ୧୦ ପର୍ଯ୍ୟଟକ ଏବଂ ସ୍ପିଡ୍ ବୋଡ୍ର ୩ ଜଣ ପ୍ରାଣ ହରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି।
ମୁମ୍ବଇ ଉପକୂଳରେ ବୋଟ୍ ବୁଡ଼ି ଘଟଣା: ୧୩ ମୃତ, ଉଦ୍ଧାର ହେଲେଣି ୧୧୫, ଏବେବି ଦୁଇ ନିଖୋଜ
Popular Categories



