ଟିଟିଲାଗଡ଼ : ମହାସ୍ନାନ ପୁର୍ଣ୍ଣିମାରୁ ଅଣସର ଘରେ ବିରାଜମାନ କରୁଥିବା ତିନି ଠାକୁରଙ୍କର ମଙ୍ଗଳବାର ନବଯୌବନ ଦର୍ଶନ ପାଇଁ ଟିଟିଲାଗଡ଼ ସ୍ଥିତ ଏକ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ପୂଜକ ସେବାୟତଙ୍କ ଦ୍ୱାରା ବିଭିନ୍ନ ବିଧି ସମ୍ପନ୍ନ ପରେ ଅପରାହ୍ନରେ ନୀତିକାନ୍ତ ହୋଇ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏନେଇ ଶ୍ରୀ ଧବଲେଶ୍ୱର ଦଧିବାମନ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦରଧର ପଣ୍ଡା ପୂଜକ ତଥା ପଞ୍ଚାନନ ପାଢୀ ସପତ୍ନୀକ କର୍ତ୍ତା ଭାବରେ ନୀତିକର୍ମ ସମାପନ କରିଥିଲେ। ଟ୍ରଷ୍ଟର ବରିଷ୍ଠ ସଭ୍ୟ ଭବାନି ପ୍ରସାଦ ହୋତା, ବୃନ୍ଦାବନ ପାଢୀ, ଅଲେଖ ଦଳବେହେରା, ରାଜୁ ମିଶ୍ର, ସଞ୍ଜିବ ପାଢୀ, ସନତ ପାଢୀ, ଡ. ଶିବପ୍ରସାଦ ବେହେରା, ସିତାରାମ ସାହୁ, ମନୋଜ ବାରିକ, ରଣଜିତ ପୃଷ୍ଟି, କୃଷ୍ଣସିଂ ପାତ୍ର, ସନ୍ତୋଷ କେଜ୍ରିୱାଲ, ନିଲମଣୀ ସାହୁ, ହେମନ୍ତ ବାଗ, ସୁବୋଧ ଦାଶ, ଅଶୋକ ପାଢୀ, ଜିତୁ ପାଢୀ, ବିଶ୍ୱଜିତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



