www.samajalive.in
Monday, December 15, 2025
14.1 C
Bhubaneswar

ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀ, ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ବେଶ୍‍ ସହାୟକ: ରାଜ୍ୟପାଳ

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‍ଘାଟନ କରିଛନ୍ତି।  ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓଡ଼ିଶା ସରକାରଙ୍କ ଏହା ଏକ ଭଲ ପଦକ୍ଷେପ ବୋଲି କହିବା ସହ ପର୍ଯ୍ୟଟନ ସମ୍ମଳିନୀ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ବେଶ୍‍ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେଇଥିବାବେଳେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଲାଗି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଛି। ଗୁଜରାଟ ପର୍ଯ୍ୟଟନ ମନ୍ତ୍ରୀ ବୈଷ୍ଣବୀ ଅହିର ଯୋଗ ଦେଇ ସମଗ୍ର ଭାରତରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ଏହି ସମ୍ମିଳନୀ ଓଡ଼ିଶା ସରକାର ଆୟୋଜନ କରିଥିବାବେଳେ ଭାରତ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି କହିଛନ୍ତି। ଏଥି ସହ ସାରା ଦେଶ ଅପେକ୍ଷା ଆମ ଦେଶରେ ଏଭଳି ପର୍ଯ୍ୟଟନସ୍ଥଳୀ ରହିଛି ଯାହାକି ସମଗ୍ର ବିଶ୍ୱରେ ନାହିଁ। ଆମ ଦେଶର ଲୋକ ଅଧିକ ଖର୍ଚ୍ଚାନ୍ତ ହୋଇ ଅନ୍ୟ ଦେଶକୁ ବୁଲିବା ପାଇଁ ଯାଉଥିବାବେଳେ ବିଭିନ୍ନ ରାଜ୍ୟଗୁଡ଼ିକରେ ଥିବା ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇ ସ୍ୱତନ୍ତ୍ର ଅନୁଭୂତି ନେବା ସହ ଅତି କମ୍‍ରେ ଆମ ଦେଶରେ ଥିବା ବିଭିନ୍ନ ରାଜ୍ୟରେ ତିନିଦିନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ମନ୍ତ୍ରୀ ଶ୍ରୀ ଅହିର କହିଛନ୍ତି।

ଅନ୍ୟତମ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଜେ.କେ. ମହାନ୍ତି, ପର୍ଯ୍ୟଟନ ସଚିବ ବିଶାଲ ଦେବ୍‍ ପ୍ରମୁଖ ଯୋଗ ଦେଇ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଲାଗି ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବାବେଳେ ଶୁକ୍ରବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ସମ୍ମିଳନୀ ପରେ ମହାମହିମ ରାଜ୍ୟପାଳ ଇକୋ ରିଟ୍ରିଟ୍‍ ପରିସରରେ ରାତ୍ରି ଯାପନ କରିଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories