www.samajalive.in
Saturday, December 6, 2025
16.1 C
Bhubaneswar

ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ଜଟଣୀରେ କ୍ୟାନସର ହସ୍ପିଟାଲ ଉଦ୍‌‌ଘାଟନ କଲେ ମୋଦୀ

ଡେସ୍କ: ଆଜି ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ହଜାର ୮୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉତ୍ସର୍ଗ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ଭାରତରେ ବିଗତ ଦିନଗୁଡ଼ିକରେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିକାଶ ସଂକ୍ରାନ୍ତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ଉଦ୍‌‌ଘାଟନ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଜଟଣୀଠାରେ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ରହିଛି। ଏହି ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆଜି ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗରେ ରହିଛି। ସେ କହିଛନ୍ତି, ଭାରତ ବୈଷୟିକ ଜ୍ଞାନକୁ ଏହାର ପ୍ରଭୁତ୍ୱ ବିସ୍ତାର କରିବାକୁ ଏକ ମାଧ୍ୟମ ବୋଲି ବିବେଚନା କରୁନାହିଁ। ଭାରତ ଏହାକୁ ଦେଶର ବିକାଶର ଏକ ମାଧ୍ୟମ ବୋଲି ବିବେଚନା କରିଆସୁଛି। ସେ କହିଛନ୍ତି, ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ବିଗତ ୯ ବର୍ଷ ମଧ୍ୟରେ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories