ଡେସ୍କ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ସିରିଜ ବିଜୟୀ ହୋଇଛି। ଆଜି ମୁମ୍ବାଇର ୱାନଖଡେ ଷ୍ଟାଡିଅମରେ ଅନୁଷ୍ଠିତ ତୃତୀୟ ଏକ ଦିବସୀୟରେ ଅଷ୍ଟ୍ରେଲିଆ ୧୯୦ ରନରେ ଭାରତକୁ ପରାସ୍ତ କରିଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୩୩୮ ରନ ସ୍କୋର କରିଥିଲା।
ଜବାବରେ ଭାରତ ୩୨.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୪୮ ରନ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଏହି ସିରିଜର ଅନ୍ୟ ଦୁଇଟି ମ୍ୟାଚ ମଧ୍ୟ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଜିତିଥିଲା।



