ଜାତୀୟ ଓପନ ଦୌଡ଼କୁଦ : ଶ୍ରାବଣୀଙ୍କୁ ରୌପ୍ୟ

କଟକ  : ବେଙ୍ଗାଲୁରର ଶ୍ରୀକାନ୍ତିରଭା ଷ୍ଟାଡ଼ିୟମରେ ଚାଲିଥିବା ୬୧ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ୫ମ ଦିବସରେ ଓଡ଼ିଶାକୁ ଆଉ ଏକ ପଦକ ମିଳିଛି । ମହିଳା ୨୦୦ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି । ଶ୍ରାବଣୀ ୨୦୦ମିଟର ଦୌଡ଼ ଫାଇନାଲରେ ୨୩.୭୧ ସେକେଣ୍ଡ ସମୟ ନେଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଏଥିରେ ତାମିଲନାଡୁର ଅର୍ଚ୍ଚନା ସୁଦର୍ଶନ ୨୩.୪୩ ସେକେଣ୍ଡ ସହ ପ୍ରଥମ ଓ ରେଳବାଇର ଚନ୍ଦ୍ରା ଲେଖା ଆନନ୍ଦ ୨୩.୮୪ ସେକେଣ୍ଡ ସହ ୩ୟ ସ୍ଥାନ ହାସଲ କରିଥିଲେ । ପ୍ରତିଯୋଗିତାରେ ଶ୍ରାବଣୀଙ୍କ ଏହା ଦ୍ବିତୀୟ ପଦକ। ପୂର୍ବରୁ ଶ୍ରାବଣୀ ୧୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ପ୍ରତିଯୋଗିତାରେ ଓଡ଼ିଶାରୁ ୧୪ଜଣ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ୩ଟି ପଦକ ମିଳିଛି। ଶ୍ରାବଣୀ ଦୁଇଟି ପଦକ ହାସଲ କରିଥିବାବେଳେ ଜାଭେଲିନ ଥ୍ରୋ ରେ କିଶୋର କୁମାର ଜେନା କାଂସ୍ୟ ପଦକ ଜିତିଥିଲେ।

Comments are closed.