www.samajalive.in
Monday, December 15, 2025
17.1 C
Bhubaneswar

ଦେଶର ୫୦୮ଟି ରେଳଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡେସ୍କ: ଭାରତୀୟ ରେଳବାଇ ହେଉଛି ଦେଶର ଜୀବନ ରେଖା ତେଣୁ ଦେଶର ବିକାଶ ଯାତ୍ରାରେ ରେଳବାଇର ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ପୂର୍ବାହ୍ନରେ ଆଭାସୀ ଜରିଆରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସମେତ ଦେଶର ୫୦୮ଟି ଷ୍ଟେସନ୍‌‌ର ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା ସହ ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବ।

- Advertisement -

ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି ଯାହା ମାଧ୍ୟମରେ ୧ ହଜାର ୩୦୯ଟି ଷ୍ଟେସନର ନବୀକରଣ ଓ ଆଧୁନିକୀକରଣ ପାଇଁ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ରେଳଷ୍ଟେସନଗୁଡିକରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ଓ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରେଳଷ୍ଟେସନଗୁଡିକରେ ସମ୍ପୃକ୍ତ ସହର ଓ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ଚଳଣି ପ୍ରତିଫଳିତ ହେବ। ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରଭାବିତ କରିବ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଆମ ସଂସ୍କୃତିର ଝଲକ ପାଇପାରିବେ ବୋଲି ମୋଦୀ କହିଛନ୍ତି। ଦେଶର ଅର୍ଥନୈତିକ ବିକାଶ ପ୍ରସଙ୍ଗ ଉତଥାପନ କରି ସେ କହିଛନ୍ତି ଯେ ଏହି ଉନ୍ନତିକରଣ କାର୍ଯ୍ୟ ଆର୍ଥିକ ଗତିବିଧିରେ ବୃଦ୍ଧି ଘଟିବ। ଏହା ଛଡା ୱାନ ଷ୍ଟେସନ, ୱାନ ପ୍ରଡକ୍ଟ (ଗୋଟିଏ ଷ୍ଟେସନ, ଗୋଟିଏ ଉତ୍ପାଦ ବିଷୟରେ ଶ୍ରୀ ମୋଦୀ କହିଛନ୍ତି, ଏହାଦ୍ୱାରା ସେହି ଜିଲ୍ଲାର କାରିଗର ଓ କୁଶଳୀ ଶ୍ରମିକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରିବଟା ପାଇଁ ଅଗ୍ରାଧିକାର ମିଳିବ ଓ ସେହି ଉତ୍ପାଦର ବ୍ରାଣ୍ଡିଙ୍ଗ ମଧ୍ୟ ହୋଇପାରିବ।

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ମୋଟ ୧୩୦୯ଟି ଷ୍ଟେସନର ବିକାଶ କରାଯିବ ଯେଉଁଥିରେ ବର୍ତ୍ତମାନ ପୁନଃ ବିକାଶ କରାଯିବାକୁ ଥିବା ଷ୍ଟେସନ ସଂଖ୍ୟା ହେଉଛି ୫୦୮। ଏଥିରେ ‘ସିଟି ସେଣ୍ଟର’ ଭାବରେ ଷ୍ଟେସନର ବିକାଶ, ସହରର ଉଭୟ ପ୍ରାର୍ଶ୍ୱକୁ ଏକୀକରଣ, ଷ୍ଟେସନ ବିଲଡିଂର ଉନ୍ନତି / ପୁନଃ ବିକାଶ, ସୁସଜ୍ଜିତ ଆଧୁନିକ ଯାତ୍ରୀ ସୁବିଧାଗୁଡ଼ିକର ବ୍ୟବସ୍ଥା, ଭଲ ଭାବରେ ପରିକଳ୍ପିତ ଟ୍ରାଫିକ୍ ସଞ୍ଚାରଣ ଏବଂ ଇଣ୍ଟର-ମୋଡାଲ୍ ଏକୀକରଣ, ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ୟୁନିଫର୍ମ ଏବଂ ଭଲ ଡିଜାଇନ୍ ସାଇନେଜ୍, ମାଷ୍ଟର ପ୍ଲାନରେ ଉପଯୁକ୍ତ ସମ୍ପତ୍ତି ବିକାଶର ବ୍ୟବସ୍ଥା ଓ ସ୍ଥାନୀୟ କଳା ଏବଂ ସଂସ୍କୃତି ଆଦି ବିଷୟ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories