www.samajalive.in
Monday, December 8, 2025
14.1 C
Bhubaneswar

ଗେଲ ଖେଳିବା ପସନ୍ଦ ନ ଥିଲା ବୋଲି ଶଳାକୁ କାମୁଡିଲେ ଭିଣୋଇ

ଡେସ୍କ: ଶଳା-ଭିଣୋଇ ସମ୍ପର୍କ କିଭଳି, ତାହା ସମସ୍ତଙ୍କୁ ଜଣା ଏବଂ ଏହି ସମ୍ପର୍କକୁ ମଜାଳିଆ ସମ୍ପର୍କ ବୋଲି ମଧ୍ୟ ବିବେଚନା କରାଯାଇଥାଏ। କିନ୍ତୁ ବିହାରର ଆରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶଳା ଗେଲ ଖେଳିବାରୁ କ୍ରୋଧିତ ଭିଣୋଇ ତାଙ୍କୁ ଦାନ୍ତରେ କାମୁଡ଼ି ଦେଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଚଳିତ ବର୍ଷ ଏପ୍ରିଲ ୮ରେ ଏହି ଘଟଣା ଘଟିଛି। ଏହି ଘଟଣା ଘଟିଛି ବରହରା ଥାନା ଅନ୍ତର୍ଗତ ଲୋହର ଶ୍ରୀପାଲ ଗାଁରେ।

ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ

- Advertisement -

ଗୋଟିଏ ପକ୍ଷର ସୁମିତ୍ରା କୁମାରୀ କହିଛନ୍ତି ଯେ ଚନ୍ଦ୍ରଭୂଷଣ କୁମାର (ଶଳା) ହସିହସି ତାଙ୍କ ଭିଣୋଇଙ୍କୁ କିଛି କହିଥିଲେ। ଏହି କାରଣରୁ ତାଙ୍କ ଭିଣୋଇ ଚନ୍ଦ୍ରଭୂଷଣଙ୍କୁ ଦାନ୍ତରେ କାମୁଡ଼ି ଦେଇଥିଲେ। ଏହାପରେ ଚନ୍ଦ୍ରଭୂଷଣ ତାଙ୍କ ଭିଣୋଇ ଓ ଭିଣୋଇଙ୍କ ଭାଇଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ତାଙ୍କ ମା’ ସେଠାକୁ ଆସିଥିଲେ। ଉଭୟ ପକ୍ଷ ମଧ୍ୟରେ ଗାଳିଗୁଲଜ ପରେ ଧସ୍ତାଧସ୍ତି ହୋଇଥିଲା।

୭୫ କିଲୋ ଉଠାଇଲା ୯ ବର୍ଷର ନାବାଳିକା, ଭିଡିଓ ଭାଇରାଲ

ଅନ୍ୟ ପକ୍ଷର ଚନ୍ଦ୍ରଭୂଷଣ କୁମାର କହିଛନ୍ତି ଯେ, ସୋମବାର ସକାଳେ ତାଙ୍କ ଶଳା ଓ ସେ ସରକାରୀ ପଞ୍ଚାୟତ ଭବନରେ ଏକାଠି ବସିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ହସ ଖୁସି ଓ ମଜାକ ହୋଇଥିଲା। ଏହି ସମୟରେ ଏମିତି ଏକ ମଜାକ ହୋଇଥିଲା ଯେ ଭିଣୋଇଙ୍କୁ ପସନ୍ଦ ଆସିନଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ହେବା ପରେ ଘଟଣା ଶାନ୍ତ ହୋଇଥିଲା। ଏହାପରେ ସନ୍ଧ୍ୟାରେ ଘଟଣା ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା। ସୋମବାର ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ତେବେ ଉଭୟ ପକ୍ଷରୁ କେହି ଥାନାରେ ଏପର୍ଯ୍ୟନ୍ତ ଏତଲା ଦେଇନାହାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories