www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ

ଡେସ୍କ: ମୁକ୍ତିଲାଭର ବର୍ଷକ ପରେ ପୁଣି ଥରେ ରାଜନୈତିକ ଝଡ଼ ସୃଷ୍ଟି କରିଛି ଦ କେରଳ ଷ୍ଟୋରୀ। ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଏହି ସିନେମା ଲୋକସଭା ନିର୍ବାଚନ ପୂର୍ବରୁ କେରଳରେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାରୀ ଦୂରଦର୍ଶନ ପରେ ଏବେ କେରଳର କ୍ୟାଥୋଲିକ୍ ଡାଏସିସ୍ ଆଧା ଶର୍ମାଙ୍କ ଅଭିନୀତ ବିବାଦୀୟ ଚଳଚ୍ଚିତ୍ରର ପ୍ରସାରଣ ପାଇଁ ଧାଡ଼ି ବାନ୍ଧିଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଆଇ(ଏମ୍) ଏବଂ ବିରୋଧୀ କଂଗ୍ରେସ ଏହାକୁ ସମାଲୋଚନା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ ସମର୍ଥନ କରିଛି।

୭୫ କିଲୋ ଉଠାଇଲା ୯ ବର୍ଷର ନାବାଳିକା, ଭିଡିଓ ଭାଇରାଲ

- Advertisement -

ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏପ୍ରିଲ ୫ରେ ଏହି ଚଳଚ୍ଚିତ୍ର ପ୍ରସାରଣ କରିବାକୁ ନିଷ୍ପତ୍ତି ନେବା ପରେ ‘ଦ କେରଳ ଷ୍ଟୋରୀ’ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା। ସିପିଆଇ (ଏମ୍) ଏବଂ କଂଗ୍ରେସ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଥିବା ବେଳେ ଉଭୟ ଦଳ ଏହାର ସ୍କ୍ରିନିଂ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ପୃଥକ ଅଭିଯୋଗ କରିଥିଲେ।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ‘ଦୂରଦର୍ଶନକୁ’ ଏଭଳି ଚଳଚ୍ଚିତ୍ର’ର ପ୍ରସାରଣ ବନ୍ଦ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ କେରଳକୁ ଧର୍ମାନ୍ତରଣର କେନ୍ଦ୍ର ଭାବରେ ଚିତ୍ରିତ କରାଯାଇଛି ଏବଂ ରାଜ୍ୟକୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି।

ଦ କେରଳ ଷ୍ଟୋରୀ କେରଳର ଚାରି ଜଣ ମହିଳାଙ୍କୁ ନେଇ ଗଠିତ, ଯେଉଁମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରାଯାଇଥିଲା ଏବଂ ସେମାନଙ୍କୁ ଇସ୍ଲାମିକ୍ ଷ୍ଟେଟରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories