ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଆତଙ୍କବାଦୀ ଘୋଷଣା କଲା ଭାରତ
ଡେସ୍କ: କାନାଡା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ସେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଆତଙ୍କବାଦୀ ଘୋଷଣା କରାଯାଇଛି। ଅଭିଯୋଗ ଅନୁଯାୟୀ, ଲଖବୀର ସିଂ ଲାଣ୍ଡା ପାକିସ୍ତାନରୁ ଭାରତକୁ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତ ଅଛି। ଏହା ଛଡା ସେ ପଞ୍ଜାବ ପୁଲିସ ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା। ପଞ୍ଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟ ଆକ୍ରମଣର ସେ ମାଷ୍ଟର ମାଇଣ୍ଡ ଥିଲା।
Comments are closed.