www.samajalive.in
Sunday, December 7, 2025
26.1 C
Bhubaneswar

ପୂରଣ ହେବ ୩୯୯ ଓସିଏସ୍‌ ପଦ, ଫେବୃଆରୀ ୧୬ ଆବେଦନର ଶେଷ ତାରିଖ

କଟକ: ଓଡ଼ିଶା ସିଭିଲ ସର୍ଭିସର ୩୯୯ ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଜାନୁଆରୀ ୧୭ରୁ ଓସିଏସ-୨୦୨୩ ପ୍ରିଲିମିନାରୀ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୬ରେ ଶେଷ ହେବ। ପ୍ରଲିମିନାରୀ ପରୀକ୍ଷା ପରେ ମୁଖ୍ୟ ଲିଖିତ ପରୀକ୍ଷା ସହ ସାକ୍ଷାତକାର ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ।

- Advertisement -

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ତାଲିକା ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ୩୦ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ହେବ। ସେଥିରୁ ଅସଂରକ୍ଷିତ ବର୍ଗ ବା ସାଧାରଣବର୍ଗ (ୟୁଆର)ରେ ୧୫ଟି, ଅନୁସୂଚିତ ଜାତି (ଏସ୍‌ସି) ୨ବର୍ଗରେ ୮ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ୭ଟି ପଦ ସଂରକ୍ଷିତ ରହିଛି। ଓଡ଼ିଶା ବିତ୍ତ ସେବା (ଓଏଫଏସ)ରେ ୫୮ଟି ପଦ ରହିଛି। ତନ୍ମଧ୍ୟରୁ ସାଧାରଣ ବର୍ଗରେ ୨୮, ଏସଇବିସିରେ ୬, ଏସ୍‌ସିରେ ୯ ଓ ଏସ୍‌ଟିରେ ୧୩ଟି ପଦ ପୂରଣ ହେବ। ଓଡ଼ିଶା ପୁଲିସ ସେବା(ଓପିଏସ୍‌)ରେ ୬ଟି ପଦ ରହିଛି। ଓଡ଼ିଶା କୋ-ଅପରେଟିଭ ସର୍ଭିସ (ଓସିଏସ୍‌)ରେ ୧୨ଟି ପଦ ଖାଲି ଅଛି। ଓଡ଼ିଶା ରେଭିନ୍ୟୁ ସର୍ଭିସ (ଓଆରଏସ୍‌)ରେ ୯୦ଟି ପଦରେ ନିଯୁକ୍ତି ପରୀକ୍ଷା କରାଯିବ। ଏଥିରୁ ୪୫ଟି ଅଂସରକ୍ଷିତ ଥିବାବେଳେ ୧୮ଟି ଏସଇବିସି, ୧୪ଟି ଏସସି ଓ ୧୩ଟି ଏସ୍‌ଟି ବର୍ଗରେ ସଂରକ୍ଷିତ ରହିଛି। ଓଡ଼ିଶା ଲେବର ସର୍ଭିସ (ଓଏଲଏସ୍‌)ରେ ୧୧୩ଟି ପଦ ପୂରଣ ହେବ।

https://www.opsc.gov.in/Public/OPSC/Default.aspx

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories