କଟକ : ଜାତୀୟ ଲୋକ ଅଦାଲତ ଶନିବାର ଉଚ୍ଚ ନ୍ୟାୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୩୫ଟି ବୀମା କ୍ଷତିପୂରଣ ସମ୍ପର୍କିତ ମାମଲାର ଆପୋସ ବୁଝାମଣାରେ ଫୈସଲା କରାଯାଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ କ୍ଷତିପୂରଣ ବାବଦରେ ୨ କୋଟି ୩୨ ଲକ୍ଷ ୯୧ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି। ବିଚାରପତି ସଞ୍ଜୟ କୁମାର ମିଶ୍ର, ବିଚାରପତି ଚିତ୍ତରଞ୍ଜନ ଦାଶ, ବିଚାରପତି ସଙ୍ଗମ କୁମାର ସାହୁ, ବିଚାରପତି ବିଭୁପ୍ରସାଦ ରାଉତରାୟ, ବିଚାରପତି ସାବିତ୍ରୀ ରଥ ଲୋକ ଅଦାଲତରେ ମାମଲାଗୁଡ଼ିକର ଫୈସଲା କରିଥିଲେ। ଆଭାସି (ଭିଡିଓ କନଫରେନ୍ସିଂ) ବ୍ୟବସ୍ଥାରେ ମାମଲାଗୁଡ଼ିକର ଶୁଣାଣି କରାଯାଇଥିଲା।
Popular Categories



