www.samajalive.in
Monday, December 8, 2025
16.1 C
Bhubaneswar

‘ଭାରତୀୟ ସଂସ୍କୃତିର ମୃତ୍ୟୁ ନାହିଁ’

ଉତ୍ତର ଭୁବନେଶ୍ୱର : ଉଚ୍ଚାଙ୍ଗ ସାହିତ୍ୟ, ସମୃଦ୍ଧ ସଂସ୍କୃତି ଓ ଭାଷା ଆମ ଜାତିକୁ ଗୌରବାନ୍ବିତ କରିଛି। ଭାରତୀୟ ସଂସ୍କୃତି ସାରା ବିଶ୍ବକୁ ଦିଗ୍‌ଦର୍ଶନ ଦେଉଛି। ତା’ର ମୃତ୍ୟୁ ନାହିଁ ବୋଲି ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି।
ଜୟଦେବ ଭବନରେ ସାହିତ୍ୟ ସଂସ୍କୃତି ସମାରୋହ ଅନୁଷ୍ଠାନର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ବୁଧବାର ଆୟୋଜିତ ଜାତୀୟ ସାହିତ୍ୟ ମହୋତ୍ସବର ଉଦ୍‌ଯାପନୀ ପର୍ବରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ଶ୍ରୀ ରଥ କହିଥିଲେ ଯେ ଭାରତ ବର୍ଷର ସାହିତ୍ୟ ଓ ଏହାର ସାଧକମାନେ ଅତିବ ପ୍ରତିଭାସମ୍ପନ୍ନ। ସାହିତ୍ୟିକ ଜଣେ ଦାର୍ଶନିକ। ସେ ବିଭିନ୍ନ ଉଦାହରଣ ଦେଇ ଭାଗବତ, ଦାଣ୍ଡି ରାମାୟଣ ତଥା କବିବର ରାଧାନାଥ ରାୟଙ୍କଠାରୁ ଆରମ୍ଭ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲେଖାରେ କିପରି ଭାବ ରହିଛି ସେସବୁର ଅବତାରଣା କରିବା ସହ ଅନୁବାଦ ଏକ ବଡ଼ ସେତୁ ଯାହା ଗୋଟିଏ ଜାତି ଓ ଭାଷାକୁ ବଡ଼ କରିଥାଏ ବୋଲି ମତପୋଷଣ କରିଥିଲେ।
ମୁଖ୍ୟ ଅତିଥି ପୂର୍ବତନ ସାଂସଦ, କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ କହିଥିଲେ ଓଡ଼ିଶା କଳା, ସଂସ୍କୃତିର ମାଟି। ଏହା ସର୍ବଦା ରହିଛି ଓ ରହିବ। ମୁଖ୍ୟ ବକ୍ତା ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ ସାହିତ୍ୟ କୌଣସି ବାଛ ବିଚାର ରଖେ ନାହିଁ। ସମସ୍ତଙ୍କୁ ଏକ କରିଥାଏ। ଅନ୍ୟତମ ବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ସାହିତ୍ୟ ସର୍ବଦା ସତ କହେ ବୋଲି ମତ ରଖିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଡ. ଫନି ମହାନ୍ତି ଦିବସ ବ୍ୟାପି କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସଭାପତି ଡା. ଅନିତା ପଣ୍ଡା ବକ୍ତବ୍ୟ ରଖିଥିବାବେଳେ ଡ. ଗୀତାଶ୍ରୀ ପ୍ରିୟମ୍ବଦା ସଂଯୋଜନା କରିଥିଲେ। ସମ୍ପାଦକ ପ୍ରଣବ ଛୋଟରାୟ ବିବରଣୀ ପାଠ କରି ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀରେ ଏକ ବୃହତ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ରଖାଯାଇଥିବା କହିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ଓ ଏକ ଉପନ୍ୟାସ ଉନ୍ମୋଚନ କରାଯାଇଥିଲା।
ପୂର୍ବାହ୍ନରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ଅତିଥିଭାବେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଭାରତୀୟ କବିତାରେ ସାମାଜିକ ପ୍ରତିବଦ୍ଧତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଡ. ଭଗବାନ ଜୟସିଂହ ଉଦ୍‌ଘାଟକଭାବେ ଯୋଗ ଦେଇଥିବାବେଳେ ଡ. ଶଶାଙ୍କ ଶେଖର ଚୁଡ଼ାମଣି ଆଲୋଚନାରେ ଅଂଶ୍ରଗ୍ରହଣ କରିଥିଲେ। ‘କଥା ଆଜି ଓ କାଲିର’ ଆଲୋଚନାଚକ୍ରକୁ ଗାଳ୍ପିକ ରବି ପଣ୍ଡା ଉଦ୍‌ଘାଟନ କରିଥିଲେ। ଅନିଲ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଆଲୋଚକ ଭାବେ ପ୍ରଦୀପ ବିହାରୀ, ପାରମିତା ଷଡ଼ଙ୍ଗୀ ଅଂଶଗ୍ରହଣ କରିଥିଲେ। ଅପରାହ୍ଣ ଅଧିବେଶନରେ ‘ମୋ ଶ୍ରେଷ୍ଠ କୃତି କବିତା ଅଞ୍ଜଳି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ବହୁଭାଷୀ କବି ସମ୍ମିଳନୀ ଓ କବିତା ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲକାତା, ମୁମ୍ବଇ, ଦିଲ୍ଲୀ ପ୍ରଭୃତି ବିଭିନ୍ନ ପ୍ରାନ୍ତରୁ ୮୫ଜଣ ବିଭିନ୍ନ ଭାଷାର କବି ଅଂଶଗ୍ରହଣ କରିଥିଲେ। ବହୁ ପ୍ରତିଭାଏବଂ ଅତିଥିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories