www.samajalive.in
Monday, December 15, 2025
14.1 C
Bhubaneswar

ଜାତୀୟ ବଡି ବିଲ୍ଡରଙ୍କୁ ହତ୍ୟା, ମହିଳାଙ୍କୁ ଅସଦାଚରଣର ବିରୋଧ କରିବାରୁ ପିଟି ମାରିଦେଲେ ୨୦ ଦୁର୍ବୃତ୍ତ

ସମାଜଲାଇଭ ଡେସ୍କ: ମହିଳାଙ୍କୁ ଅସଦାଚରଣର ବିରୋଧ କରିବାରୁ ଜଣେ ଜାତୀୟ ସ୍ତରୀୟ ବଡି ବିଲ୍ଡରଙ୍କୁ ହତ୍ୟା କରାଯାଇଛି। ୨୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ହରିୟାଣାର ରୋହତକ ଅଞ୍ଚଳରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ୨୬ ବର୍ଷୀୟ ବଡି ବିଲ୍ଡର ତଥା ପାରା ଆଥଲେଟ୍‌ ରୋହିତ ଧନଖଡ଼।

ଗତ ଶୁକ୍ରବାର ରୋହିତ ତାଙ୍କର ଜଣେ ସାଙ୍ଗ ଯତୀନ ସହିତ ଯତୀନଙ୍କ ଜଣେ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଳମ୍ବିତ ରାତିରେ ତିଗାଡ଼ାନା ଗ୍ରାମରୁ ବରଯାତ୍ରୀ ଦଳ ସେଠାକୁ ଆସିଥିଲେ। ବିବାହ ଶୋଭାଯାତ୍ରା ସମୟରେ କିଛି ବରଯାତ୍ରୀ କେତେଜଣ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ରୋହିତ ସେଥିରେ ହସ୍ତକ୍ଷେପ କରି ସେମାନଙ୍କୁ ବାରଣ କରିଥିଲେ, ଯାହାକୁ ନେଇ ସାମାନ୍ୟ କଳିଝଗଡ଼ା ହୋଇଥିଲା। ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ।

- Advertisement -

ବିବାହ ଉତ୍ସବ ପରେ ରୋହିତ ଏବଂ ଯତୀନ କାରରେ ଘରକୁ ଫେରିଥିଲେ। ଏକ ଲେଭଲ କ୍ରସିଂ ନିକଟରେ ସେମାନଙ୍କ ଗାଡ଼ି ଅଟକିଥିବା ସମୟରେ ୨୦ରୁ ଅଧିକ ଯୁବକ ମାରଣାସ୍ତ୍ର ଏବଂ ଠେଙ୍ଗା ଧରି ସେଠାରେ ପହଞ୍ଚି ଆକ୍ରମଣ କରିଥିଲେ। ଯତୀନ କୌଣସି ପ୍ରକାର ଜୀବନ ବଞ୍ଚାଇ ସେଠାରୁ ପଳାଇଥିଲେ। ହେଲେ ସେମାନେ ରୋହିତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୋହିତଙ୍କର ମୃତ୍ୟୁ ଘଟିଥିଲା।

ରୋହିତଙ୍କ ଘର ରୋହତକ ଜିଲା ହୁମାୟୁନୁପୁର ଗ୍ରାମରେ। ସେ ୨୦୨୮ରେ ଜାତୀୟ ଭାରତ୍ତୋଳନ ଚମ୍ପିଆନଶିପରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଦିବ୍ୟାଙ୍ଗ ଶ୍ରେଣୀରେ ସେ ୨୦୧୮ରେ ୨ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ସେହିବର୍ଷ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ସମ୍ମାନିତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories