www.samajalive.in
Monday, December 15, 2025
14.1 C
Bhubaneswar

ଓଡ଼ିଶା ବନ୍ଦ ଦିନ ୫୫୬୩ ବିଦ୍ୟାଳୟରେ ହେବ ଜାତୀୟ ଉପଲବ୍ଧି ସର୍ବେକ୍ଷଣ

ଭୁବନେଶ୍ବର : ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଉପଲବ୍ଧିକୁ ଜାଣିବା ତଥା ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଥିବା ସୁବିଧାସୁଯୋଗ ଓ ବ୍ୟବସ୍ଥା ସମ୍ବନ୍ଧରେ ଜାଣିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାତୀୟ ଉପଲବ୍ଧି ସର୍ବେକ୍ଷଣ(ନେସନାଲ ଆଚିଭମେଣ୍ଟ ସର୍ଭେ-ଏନଏଏସ) କରିବେ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆସନ୍ତା ୧୨ ତାରିଖରେ ଏହି ସର୍ବକ୍ଷେଣ ସମ୍ପାଦିତ ହେବ। ଗୋଟିଏ ଦିନ ଏହି ସର୍ବେକ୍ଷେଣ ହେବାକୁ ଥିବାବେଳେ କଂଗ୍ରେସ୍‌ ଦଳ ପକ୍ଷରୁ ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେ‌େ‌ଳ ସୁପରିଚାଳନା ପାଇଁ ସବୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସର୍ବେକ୍ଷଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ସର୍ବେକ୍ଷଣ ଦିନ ଓଡ଼ିଶା ବନ୍ଦ ଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯେଭଳି ସୁରୁଖୁରୁରେ ଆସିପାରିବେ ସେ ଦିଗରେ ଆଲୋଚନା କରାଯାଇଥିଲା।
ସବୁ ଜିଲାରେ ସର୍ବେକ୍ଷଣ ସୁପରିଚାଳନା ପାଇଁ ଜିଲାପାଳ ଧ୍ୟାନ ଦେବେ। ସର୍ବଭାରତୀୟ ସ୍ତରରେ ଗୋଟିଏ ଦିନରେ ଏହି ସର୍ବେକ୍ଷଣ ହେଉଥିବାରୁ ତାରିଖ ପରିବର୍ତ୍ତନ କରିବା ସମ୍ଭବ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ସର୍ବେକ୍ଷଣ ରାଜ୍ୟର ସ୍ବାର୍ଥ ସମ୍ବଳିତ ହୋଇଥିବାରୁ ସର୍ବେକ୍ଷଣ ଆଧାରରେ ସରକାରୀ ସ୍ତରରେ ବିବିଧ ଯୋଜନା କରାଯାଇଥାଏ। ଚଳିତ ବର୍ଷ ରାଜ୍ୟର ୧୦ % ବିଦ୍ୟାଳୟ ଅର୍ଥାତ୍‌ ୫୫୬୩ ବିଦ୍ୟାଳୟକୁ ଏହି ସର୍ବେକ୍ଷଣରେ ସାମିଲ କରିବା ପାଇଁ ଭାରତ ସରକାର ମନୋନୟନ କରିଛନ୍ତି। ଓଡ଼ିଶା ବନ୍ଦ କଂଗ୍ରେସ୍‌ ପକ୍ଷରୁ ଏହି ଦିବସରେ ଡ଼ାକରା ଦିଆଯାଇଥିବାରୁ ଜିଲାପାଳ ଜିଲାସ୍ତରରେ ସ୍ଥାନୀୟ କଂଗ୍ରେସ୍‌ ନେତାଙ୍କ ସହ ଆଲୋଚନା କରି କିଭଳି ଭାବେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ସହଜରେ ବିଦ୍ୟାଳୟ ଆସିପାରିବେ ସେ ଦିଗରେ ପଦକ୍ଷେପ ନେବେ। କଂଗ୍ରେସ୍‌ ନେତାଙ୍କ ସହ ଆଲୋଚନା କରି ଏ ସମ୍ବନ୍ଧରେ ଅବଗତ କରାଇବେ ଜିଲାପାଳ। ଏହା ବ୍ୟତୀତ ପୁଲିସ ଆୟୁକ୍ତ ଓ ଜିଲା ଆରକ୍ଷୀ ଅଧ୍ୟୀକ୍ଷକଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଥିବା ଜଣାପଡ଼ିଛି।
ପୂର୍ବରୁ ବିଭାଗ ପକ୍ଷରୁ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ଏସ୍‌ସିଇଆର୍‌ଟିର ନିର୍ଦେଶକକୁ ରାଜ୍ୟ ନୋଡାଲ ଅଧିକାରୀ ଓ ପ୍ରତ୍ୟେକ ଜିଲାର ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଜିଲା ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ନିର୍ଦେଶ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷାରେ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ କେତେ ପରିମାଣର ବିଷୟଗତ ଜ୍ଞାନ ଆହରଣ କରୁଛନ୍ତି ତାହା ଜାଣିବାକୁ ଏହି ସର୍ବେକ୍ଷଣ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories