www.samajalive.in
Monday, December 8, 2025
14.1 C
Bhubaneswar

ଯୁଵାବର୍ଗ ଓ ରାଷ୍ଟ୍ର ନିର୍ମାଣ

ଗୋଟିଏ ରାଷ୍ଟ୍ର ସେତିକି ସଶକ୍ତ ଯେତେବେଳେ ତାର ନାଗରିକ ମାନେ ସଶକ୍ତ । ଶତାବ୍ଦୀ ଶତାବ୍ଦୀ ବ୍ୟାପି ପଛୁଆ ବା ଅନୁନ୍ନତ ହେବା ସତ୍ତ୍ୱେ ଆମର ଏ ବିଶାଳ ରାଷ୍ଟ୍ର ଧିରେଧିରେଭୌତିକ ତଥା ବସ୍ତୁଵାଦର ସମୃଦ୍ଧି ପଥରେ ଅଗ୍ରସର ହେଉଅଛି। ଦାରିଦ୍ର୍ୟ ର କଷାଘାତରେ ଜର୍ଜରିତ ଲକ୍ଷ ଲକ୍ଷଜନତାଙ୍କୁଉନ୍ନତ ସ୍ତରକୁ ଉଠାଇବା ସହ ଭାରତ ଶିଳ୍ପ ଓ ବିଜ୍ଞାନ କ୍ଷେତ୍ରରେ ଧିରେଧିରେ ଏକ ଶକ୍ତି ରୂପେ ସ୍ବୀକୃତ ହେବାରେ ଲାଗିଛି। ମାତ୍ର ଏଥିପାଇଁ ଆମେମାନେ ଏକ ସଠିକ ରାସ୍ତା ରେ ଚାଲିଛୁ କି ?ଯଦି ଆମେ ତଥାକଥିତ ଉନ୍ନତରାଷ୍ଟ୍ରଙ୍କୁ ଦେଖିବା , ଜାଣିପାରିବା ଯେଯେତେବେଳେ ସେମାନଙ୍କର ସମୃଦ୍ଧିସହ ନିଃସଙ୍ଗତା ବୋଧ,ଅବସାଦ,ନିଶାଗ୍ରସ୍ତତା ଏବଂ ଅଶାନ୍ତ ପାରିବାରିକ ଜୀବନ ଆଦିଅବିସମ୍ଵାଦିତ ସତ୍ୟ। ଯାହାକୁ କେବେମଧ୍ୟ ଉପେକ୍ଷା କରାଯାଇ ପାରିବନାହିଁ। ଆମ୍ଭେମାନେ ଏହି କାରଣଗୁଡ଼ିକର ଝଲକ ଆଜି ମଧ୍ୟ ଏପରିକିଭାରତରେ ମଧ୍ୟ ଦେଖିବାକୁ ପାଉଛୁ ।ତାହେଲେ କ’ଣ ଆମେମାନେଭୌତିକ ସମୃଦ୍ଧିର କ୍ରମବିକାଶ ଠାରୁଦୁରେଇ ଯିବୁ? ଏହା କଦାପି ନୁହେଁ।ଏବେ ସମୟ ଆସିଛି, ସମାଜ ର ଭୌତିକ ଅଗ୍ରଗତି ସଂଗେ ସଂଗେ ବ୍ୟକ୍ତିତ୍ୱ ର ଗୁଣାତ୍ମକ ବିକାଶ ବି ସାମନ୍ତର ଭାବେ ହେବା ଉଚିତ I ନୈତିକତା,ସାଧୁତା, ସଦ୍ଗୁଣ ସମ୍ପନ୍ନତା ବଦାନ୍ୟତା ଓ ଅନ୍ୟ ପ୍ରତି ଦୟାଭାବଆଦି ଦିବ୍ୟ ଗୁଣ ଏବଂ ଏହି ସମସ୍ତ ଦିବ୍ୟ ଗୁଣ କୁ ଚରିତ୍ରଗତ କରି ନିଜର ବ୍ୟକ୍ତିତ୍ୱ ରେ ପ୍ରତିଫଳିତ କରିବାର କ୍ଷମତା ହାସଲ ସେତେବେଳେ ହୋଇ ପାରିବ ଯେତେବେଳେ ମନୁଷ୍ୟ ନିଜକୁ ଦିବ୍ୟ ଈଶ୍ବରୀୟ ସତ୍ତା ସହିତ ଏକାକାର କରି ଦେବ। ଏହାକୁସମ୍ପନ୍ନ କରିବାର ଚାବି ଯୁବ ବର୍ଗ ଙ୍କୁଏହି ମାର୍ଗ ଅଭିମୁଖୀ କରାଇଦେବା ।

- Advertisement -

ଭୌତିକ ଶିକ୍ଷାର ଚମତ୍କାର ଅଗ୍ରଗତିହେଉଥିଵା ଵେଳେ ଯୁବ ବର୍ଗଙ୍କୁ ଆଧ୍ୟାତ୍ମିକ ମୁଲ୍ୟଵୋଧ ଯୁକ୍ତ ଶିକ୍ଷା ପାଇଁ ଗମ୍ଭୀର ଓ ଆନ୍ତରିକତା ପୂର୍ଣଉଦ୍ୟମ ପ୍ରାୟତଃ ନାହିଁ କହିଲେ ଚଳେ।ଦେଖା ଯାଉଛି ଯେପରି ଆମର ଶିକ୍ଷା ବ୍ୟବସ୍ଥା ଯୁବାଵର୍ଗ ଙ୍କ ଆଧ୍ୟାତ୍ମିକ ମୁଳଦୁଆ ସମ୍ପର୍କରେ ସମ୍ୟକ ସୂଚନା ଦେଉନାହିଁ ଏବଂଏକ ଶକ୍ତ ମୁଳଦୁଆ ବିନା ଆମରସମସ୍ତ ଚେଷ୍ଟା ଦିନେ ଭୁଷୁଡି ଯିବାସହ ଏକ ମାଟିର ସ୍ତୁପ ପରି ହେବ । ପ୍ରାଚୀନ ଶତାବ୍ଦୀ ରେ ଭାରତପରିଭ୍ରମଣ ରେ ଆସୁଥିବା ପରିଦର୍ଶକଗଣ ଏହାର ସମ୍ରୁଦ୍ଧି, ଶ୍ରୀ, ସମ୍ପଦ ତଥାଲୋକଙ୍କର ବଳିଷ୍ଠ ନୈତିକ ମୂଲ୍ୟବୋଧ ଦେଖି ଆଶ୍ଚର୍ଯ୍ୟ ଚକିତହେଉଥିଲେ।ଯଦି ଆମେ ଦେଶ ସେହି ପୂର୍ବ ଗୌରବଓ ଆଶାକୁ ପୁନଃ ସ୍ଥାପନ କରି ବିଶ୍ୱଗୁରୁ ହେବାର ଦାବି ରଖିବ ତେବେ ଆମକୁ ଏହି ଦୁଇଟି ଯାକଦିଗରେ କାର୍ଯ୍ୟ କରିବାକୁ ପଡ଼ିବ।

“ତା ହେଲେ କିପରି ଭାବରେଆମେ ସନାତନ ଧର୍ମର ସାର୍ବଜନୀନମୁଲ୍ୟବୋଧକୁଯୁବ ବର୍ଗ ଙ୍କ ମନରେସଞ୍ଚାର କରାଇ ପାରିବା? ସେଥିପାଇଁଶିକ୍ଷକ/ ଗୁରୁ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ମାତ୍ର କେବଳ ପ୍ରଚାର ଦ୍ଵାରା କିଛିଉପଲବ୍ଧ ହୋଇ ପାରିବ ନାହିଁ।ଯୁବକମାନଙ୍କୁ ଅନୁପ୍ରାଣୀତ କରିବା ପାଇଁଶିକ୍ଷକ/ ଗୁରୁ ନିଶ୍ଚିତ ଭାବେ ଏହିମୁଲ୍ୟବୋଧକୁ ଜାଣିବାଆବଶ୍ୟକଏବଂ ଗୁରୁତ୍ୱର ସହ ତାକୁ ଅଭ୍ୟାସକରିବା ଆବଶ୍ୟକ । ତାହେଲେ ଯୁବକ ମାନେ ଏହି ମୁଲ୍ୟଵୋଧକୁଗ୍ରହଣ କରି ପାରିବେ “।ଏହାହିଁ ଗତ ୨୩ ଜୁଲାଇ ୨୦୨୨ ରେ ପୂଜନୀୟା ରାସେଶ୍ୱରୀଦେବୀ ଙ୍କ ସମ୍ବଲପୁର,ଓଡ଼ିଶା ରେଦେଇଥିବା ବକ୍ତୃତା ରେ ଥିବା ବକ୍ତବ୍ୟର ସାରାଂଶ ଯେଉଁଠି ସେ ଦେଶରବିଭିନ୍ନ ସ୍ଥାନରୁ ଆସିଥିବା ଲଵ୍ଧପ୍ରତିଷ୍ଠଶିକ୍ଷାବିତ୍ ମାନଙ୍କୁ ସମ୍ବୋଧିତ କରିଥିଲେ।ଏହି ରାଷ୍ଟ୍ର ସ୍ତରୀୟ ଆଲୋଚନା ଚକ୍ର ର ବିଷୟବସ୍ତୁ ଥିଲା “GROOMING YOUTH TOWARDS NATION BUILDING”ଯାହା ସମ୍ବଲପୁର ପବ୍ଲିକ ଲାଇବ୍ରେରୀଓ ଓଡ଼ିଶା ଷ୍ଟେଟ୍ ଓପନ ଇଉନିଭରସିଟି ର ସହଯୋଗରେକାର୍ଯ୍ୟାନ୍ବୟନ ହୋଇଥିଲା।

ପୂଜନୀୟା ରାସେଶ୍ୱରୀ ଦେବୀଏ ଯୁଗର ୫ ମ ମୂଳ ଜଗଦଗୁରୁସ୍ଵାମୀ ଶ୍ରୀ ଶ୍ରୀ କୃପାଳୁଜୀ ମହାରାଜାଙ୍କର ଜଣେ ପ୍ରମୁଖ ପ୍ରଚାରିକା ତଥା ଜାଜ୍ଜ୍ୱଲ୍ୟମାନ ଆଧ୍ୟାତ୍ମିକ ଗୁରୁ ଓ ପଥ ପ୍ରଦର୍ଶକ।ବିଗତ ତିନି ଦଶନ୍ଧି ଧରି ଦେଵୀଜୀ ସାଧାରଣଜନତା ଓ ଭାରତ ତଥା ବିଶ୍ୱର କୋଣ ଅନୁକୋଣରେ ବିଶେଷ ଭାବରେ ଯୁବ ବର୍ଗ ଙ୍କ ନିକଟରେତାଙ୍କରବାର୍ତା ପହଞ୍ଚାଇବା ନିମନ୍ତେ ଚେଷ୍ଟିତଏଥିପାଇଁ ପୁନେ ସ୍ଥିତ MIT WORLD PEACE UNIVERSITY, ୨୦୧୯ରେ ତାଙ୍କୁ”ଯୁବ ଆଧ୍ୟାତ୍ମିକ ଗୁରୁ “ପୁରସ୍କାର ରେସମ୍ମାନିତ କରିଛି।

 

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories