ସାମ୍ବାଦିକଙ୍କୁ ପେନସନ ଦିଆଯାଉ, ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳୁ- ନରସିଂହ

ଭୁବନେଶ୍ୱର: ଗୁରୁବାର ବିଧାନସଭାର ଶୂନ୍ୟକାଳରେ ସାମ୍ବାଦିକଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସବୁ ରାଜ୍ୟ ଭଳି ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଯୋଗାଇ ଦିଆଯାଉ ବୋଲି ନରସିଂହ କହିଛନ୍ତି । ଏହାସହିତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ ଅନୁମତି ମିଳୁ । ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ବୋଲି ନରସିଂହ କହିଛନ୍ତି ।

Comments are closed.