www.samajalive.in
Sunday, December 7, 2025
26.1 C
Bhubaneswar

ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ; ମାଡି ବସିଲା ଭିଜିଲାନ୍ସ

ପୁରୀ : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସରକାରୀ ବାବୁ। ଗୁରୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଏହି ଟଙ୍କା ନେବା ସମୟରେ ଧରା ପଡିଛନ୍ତି। ବିକାଶ କୁମାର ସେନାପତିଙ୍କୁ ସମ୍ପୃକ୍ତ ଘଟଣାରେ ପୁରୀ ଓଡିଶା ଭିଜିଲାନ୍ସ ଗିରଫ କରିଛି। ମେ ୨୦୨୨ରେ ଶିକ୍ଷକ ଜଣକ ସରକାରୀ ସେବାରୁ ଅବସର ନେଇଥିଲେ। ଗ୍ରାଚ୍ୟୁଇଟି ପାଇବା ପାଇଁ ଶିକ୍ଷକ ଜଣକ ତାଙ୍କ ସପକ୍ଷରେ ଏନଓସି ଲାଗୁ ପାଇଁ ଆକାଉଣ୍ଟାଣ୍ଟ ବିକାଶଙ୍କୁ ଅନୁରୋଧ କରିଥିଲେ।
ଅବସରପ୍ରାପ୍ତ ଶିକ୍ଷକଙ୍କ ସପକ୍ଷରେ ଏନଓସି ପ୍ରଦାନ କରିବାକୁ ଆକାଉଣ୍ଟାଣ୍ଟ ଶ୍ରୀ ସେନାପତି ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ରାଶି ଶ୍ରୀ ସେନାପତିଙ୍କ ନିକଟରୁ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories