www.samajalive.in
Sunday, December 14, 2025
26.1 C
Bhubaneswar

ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ; ମାଡି ବସିଲା ଭିଜିଲାନ୍ସ

ପୁରୀ : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସରକାରୀ ବାବୁ। ଗୁରୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିକାଶ କୁମାର ସେନାପତି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଏହି ଟଙ୍କା ନେବା ସମୟରେ ଧରା ପଡିଛନ୍ତି। ବିକାଶ କୁମାର ସେନାପତିଙ୍କୁ ସମ୍ପୃକ୍ତ ଘଟଣାରେ ପୁରୀ ଓଡିଶା ଭିଜିଲାନ୍ସ ଗିରଫ କରିଛି। ମେ ୨୦୨୨ରେ ଶିକ୍ଷକ ଜଣକ ସରକାରୀ ସେବାରୁ ଅବସର ନେଇଥିଲେ। ଗ୍ରାଚ୍ୟୁଇଟି ପାଇବା ପାଇଁ ଶିକ୍ଷକ ଜଣକ ତାଙ୍କ ସପକ୍ଷରେ ଏନଓସି ଲାଗୁ ପାଇଁ ଆକାଉଣ୍ଟାଣ୍ଟ ବିକାଶଙ୍କୁ ଅନୁରୋଧ କରିଥିଲେ।
ଅବସରପ୍ରାପ୍ତ ଶିକ୍ଷକଙ୍କ ସପକ୍ଷରେ ଏନଓସି ପ୍ରଦାନ କରିବାକୁ ଆକାଉଣ୍ଟାଣ୍ଟ ଶ୍ରୀ ସେନାପତି ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ରାଶି ଶ୍ରୀ ସେନାପତିଙ୍କ ନିକଟରୁ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories