www.samajalive.in
Saturday, December 6, 2025
14.1 C
Bhubaneswar

ନନ୍ଦନକାନନରେ ‘ହୀରା’ ଅସୁସ୍ଥ, ଫୁଲୁଛି ଆଗ ବାମପଟ ଗୋଡ଼

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ। ସେ ଠିକ୍‌ରେ ଚଲାବୁଲା କରିପାରୁ ନାହିଁ। ଗତ ମାସରେ ଥଣ୍ଡା ଯୋଗୁଁ ତାର ନାହି ଫୁଲି ଆବୁ ପରି ହୋଇଥିଲା। ଏହାକୁ ନିରାକରଣ ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ଗତ ୧୭ରେ ତା’ର ଦୁଇ ଆଗ ଗୋଡ଼ରେ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ। ଫଳରେ ନାହି ଫୁଲା କମିବା ପରିବର୍ତ୍ତେ ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି। ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ‘ହୀରା’ର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ପରେ ଭୁବନେଶ୍ବର ଓୟୁଏଟିର ବିଶେଷଜ୍ଞଙ୍କ ସହ ଡାକ୍ତରୀ ଦଳ ଆସି ତା’ର ଚିକିତ୍ସା ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି, ହେଲ୍‌ଥ କମିଟି ପରାମର୍ଶକ୍ରମେ ‘ହୀରା’ର ଚିକିତ୍ସା ଜାରି ରହିଛି। ଆମେ ମଧ୍ୟ ସର୍ତକତା ଅବଲମ୍ବନ କରୁଛୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories