ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ତଥା ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୫ ରୁ ୭ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ୩ ରୁ ୫ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ସର୍ବାଧିକ ୪୬.୫ ମି.ମି., ତୁରେଇକେଲାରେ ୩୯.୬ ମି.ମି., ନୂଆପଡ଼ାରେ ୩୭.୪ ମି.ମି., ଦାରିଙ୍ଗବାଡ଼ିରେ ୨୮ ମି.ମି., ତାଳଚେରରେ ୨୦ ମି.ମି., ଖୋର୍ଦ୍ଧାରେ ୧୭ ମି.ମି. ବର୍ଷା ହୋଇଛି। ସେହିପରି ଆଜି ଅପରାହ୍ଣ ସୁଦ୍ଧା ରାଉରକେଲାରେ ସର୍ବାଧିକ ୧୯.୨ ମି.ମି. ବର୍ଷା ହୋଇଛି।
Popular Categories



