www.samajalive.in
Monday, December 8, 2025
14.1 C
Bhubaneswar

ନନ୍ଦନକାନନ ଅଭୟାରଣ୍ୟ ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଦଳ

ନନ୍ଦନକାନନ : ଦୁଇଦିନ ଧରି ନନ୍ଦନକାନନ ଅଭୟାରଣ୍ୟ ପରିଚାଳନା ମୂଲ୍ୟାୟନ କରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଦଳ ଗୁରୁବାର ଫେରି ଯାଇଛନ୍ତି। ଝାଡଖଣ୍ଡ ବନ୍ୟପ୍ରାଣୀ ଅବସରପ୍ରାପ୍ତ ପିସିସିଏଫ୍ ପ୍ରଦୀପ କୁମାର ଓ ଦିଲ୍ଲୀ ଚିଡିଆଖାନା ସଂଗ୍ରହାଳୟ ସଂରକ୍ଷକ (କୁରେଟର) ଡ. ଏ.କେ. ମାଲହୋତ୍ରା ଗତ ବୁଧବାର ପହଞ୍ଚି ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାର୍ଯ୍ୟଧାରା ଯାଞ୍ଚ କରିଥିଲେ। ବୁଧବାର, ଗୁରୁବାର ନନ୍ଦନକାନନ ଅଭୟାରଣ୍ୟ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପୁସ୍ତିକାରେ ଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ୟ୍ୟ କରାଯାଉଛି କି ନାହିଁ ସେ ସମ୍ପର୍କୀତ କାଗଜପତ୍ର ତନତନ କରି ଯାଞ୍ଚ କରିଥିଲେ। ଉଦ୍ୟାନର ବାହାରେ ଥିବା ପାର୍କିଂ ସ୍ଥାନ, ବୃକ୍ଷଲତା, ରାସ୍ତା-ପାଚେରୀ ଓ ଶାଗୁଣା, ହାତୀ, ମଗର, ଘଡିଆଳ କୁମ୍ଭୀର, ସରୀସୃପ ଉଦ୍ୟାନ, ବାଘ, ସିଂହ, ଭାଲୁ ଓ ତୃଣଭୋଜି ସଫାରୀ, ଭିନ୍ନକ୍ଷମ ପର୍ୟ୍ୟଟକଙ୍କ ହୁଇଲ୍ ଚେୟାର ସହ ଗତ ଜାନୁଆରୀ ୯ ରେ ବାଘ ସେଫ୍ ଓ ବାଘୁଣୀ ସ୍ନେହା ମିଳନରୁ ଜନ୍ମିତ ୨ ବାଘ ଶାବକଙ୍କୁ ସିସିଟିଭି ଜରିଆରେ ବୁଲି ଦେଖି ଏହି ଦଳ ଅନୁଧ୍ୟାନ କରିଥିଲେ। ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଡାକବଙ୍ଗଳାରେ ଏକ ବୈଠକ କରି ବିଭିନ୍ନ ବିଷୟ ପଚାରି ବୁଝିଥିଲେ। ତାହାଛଡା ବିଭିନ୍ନ କାର୍ୟ୍ୟଧାରା ଓ ଉନ୍ନୟନ କାର୍ୟ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନନ୍ଦନକାନନର ଜନ୍ମିତ ବାଘ ଛୁଆର ସଠିକ୍ ଲାଳନପାଳନ ପାଇଁ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ଉପରେ ସନ୍ତୋଷ ପଷ୍ଠଳଙ୍କ କରିଥିଲେ। ତା ଛଡା କର୍ତ୍ତୃପକ୍ଷ କେନ୍ଦ୍ରୀୟ ଦଳକୁ ବଟାନୀକାଲ ଗାର୍ଡେନକୁ ବୁଲିବାକୁ ନେଇଥିଲେ। ତେବେ ନନ୍ଦନକାନନ ଅଭୟାରଣ୍ୟ ପରିଚାଳନା ମୂଲ୍ୟାୟନର ଫଳାଫଳ ଖୁବଶିଘ୍ର କେନ୍ଦ୍ର ଓ ରାଜ୍ୟ ବନବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଝାଡଖଣ୍ଡ ବନ୍ୟପ୍ରାଣୀ ଅବସରପ୍ରାପ୍ତ ପିସିସିଏଫ୍ ପ୍ରଦୀପ କୁମାର କହିଛନ୍ତି। ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ସମେତ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଆଲୋକ କୁମାର ଦାସ, ନନ୍ଦନକାନନ କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି, ପର୍ୟ୍ୟଟକ ଏସିଏଫ୍ ଅମୂଲ୍ୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories