www.samajalive.in
Monday, December 15, 2025
14.1 C
Bhubaneswar

୫୮ ବର୍ଷରେ ଆଖିବୁଜିଲା ନନ୍ଦନକାନନ ହାତୀ ‘ପ୍ରେମା’

ଭୁବନେଶ୍ବର: ନନ୍ଦନକାନନରେ ହାତୀ ‘ପ୍ରେମା’ର ମୃତ୍ୟୁ। ଗତକାଲି ଅସୁସ୍ଥ ପରେ ଆଜି ଚିକିତ୍ସାଧିନ ଅବସ୍ଥା​‌େ​‌ର ମୃତ୍ୟୁ ହୋଇଛି। ବୟସାଧିକ କାରଣରୁ ହାତୀ ‘ପ୍ରେମା’ର ମୃତ୍ୟୁ ହୋଇଥିବା ଉପନିର୍ଦେଶକ କହିଛନ୍ତି। ହାତୀ ‘ପ୍ରେମା’ର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାର୍ଦ୍ଧକ୍ୟ ପୀଡିତ ଚିକିତ୍ସାଧିନ ବୟସ୍କା ହାତୀ ପ୍ରେମା(୫୮)ର ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ହୋଇଛି। ସେ ଗତକଲିଠାରୁ ହାତୀଶାଳର ଚଟାଣରେ ଶୋଇ ରହୁଥିଲା। ଗୋଡ ଲଗାଇ ଉଠି ଛିଡା ହୋଇ ପାରୁ ନ ଥିଲା। ମାହୁନ୍ତ ଶତ ଚେଷ୍ଟା କଲେ ମଧ୍ୟ ଚଟାଣରୁ ଉଠିପାରି ନଥିଲା। ଏହାପରେ ‘ପ୍ରେମା’କୁ ଉଠାଇ ଠିଆ କରିବା ଲାଗି ବିଶେଜ୍ଞଙ୍କ ସହାୟତା ନିଆଯାଇଥିଲା। ‘ପ୍ରେମା’କୁ ଠିଆ କରାଇବା ଲାଗି ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ କମଳ ଲୋଚନ ପୁରୋହିତ, କେନ୍ଦ୍ରୀୟ ଚିଡିଆଖାନା ସଂଯୋଜକ ତଥା ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ଓ ଚନ୍ଦକାରୁ ଜଣେ ମାହୁନ୍ତ ଆସିଥିଲେ। ସେମାନଙ୍କ ତତ୍ୱାବଧାନରେ ପ୍ରେମା ପେଟ ତଳେ ବେଲଟ ବାନ୍ଧି ହାଇଡ୍ରା ମେସିନ ସାହାଯ୍ୟରେ ତାକୁ ଚଟାଣରୁ ଉଠାଯାଇଥିଲା। ଉଠିବା ପରେ ସେ ଆଗ ଗୋଡ ତଳେ ଲଗାଇ ଠିଆ ହେବାକୁ ଅକ୍ଷମ ହୋଇଥିଲା। ପ୍ରଫେସର ସାହୁ ‘ପ୍ରେମା’କୁ ସାଲାଇନ ଦେବା ପରେ ସେ ଧୀରେ ଧୀରେ ଗୋଡ ତଳେ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ ଠିଆ ହୋଇ ପାରିନଥିଲା। କିନ୍ତୁ କିଛି ସମୟ ବସିବା ପରେ ଶୋଇ ଯାଇଥିଲା। ଶେଷରେ ବିଶେଷଜ୍ଞ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା ଏବଂ ଅପରାହ୍ନରେ ‘ପ୍ରେମା’ର ମୃତ୍ୟୁ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories