www.samajalive.in
Sunday, December 7, 2025
23.1 C
Bhubaneswar

#ମିଠୁ ପରେ ତେଲୁଗୁ ଚଳଚ୍ଚିତ୍ରରେ ନାନା!

ମୁମ୍ବଇ : #ମିଠୁ ଅଭିଯୋଗ ଆସିବା ପରେ ବଲିଉଡ଼ ଅଭିନେତା ନାନା ପାଟେକର ହିନ୍ଦୀ ଚଳଚ୍ଚିତ୍ର ଛାଡ଼ି ଏବେ ତେଲୁଗୁ ଚଳଚ୍ଚିତ୍ରରେ ନଜର ଆସିବେ। ମିଳିଥିବା ସୂଚନା ଅନୁସାରେ, ସାଉଥ୍‍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ନନ୍ନା ନେନୁ’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସ ନାନାଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଯଦି ସବୁକିଛି ଠିକ୍‍ ଠାକ୍‍ ରହେ ତେବେ ଖୁବଶୀଘ୍ର ଏହି ଚଳଚ୍ଚିତ୍ରରେ ନାନା ସାମିଲ ହେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ବିରୋଧରେ #ମିଠୁ ଅଭିଯାନ ମାଧ୍ୟମରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଯଦିଓ ନାନା ତନୁଶ୍ରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ କିନ୍ତୁ ଏନେଇ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ୍‍ ସମାଲୋଚନା କରାଯାଇଥିଲା। ଯଦ୍ୱାରା ନିର୍ମାଣାଧୀନ ‘ହାଉସଫୁଲ-୪’ର ନିର୍ମାତା ତାଙ୍କୁ ଚଳଚ୍ଚିତ୍ରରୁ ବାହାର କରିଦେଇଥିଲେ। ତେବେ ତନୁଶ୍ରୀଙ୍କ ଅଭିଯୋଗ ପରେ ନାନାଙ୍କୁ ପରଦାରେ ଦେଖି ଦର୍ଶକେ କିଭଳି ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories