www.samajalive.in
Sunday, December 7, 2025
23.1 C
Bhubaneswar

ଏଣିକି ଅଟୋରିକ୍ସା ଚାଳକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବେ ଯାତ୍ରୀ

ବେଙ୍ଗାଲୁରୁ : ଆଜିକାଲି ଲୋକମାନେ କେଉଁଠିକି ଯାତ୍ରା କରିବା ପାଇଁ ନିଜ ଗାଡି ବଦଳରେ ଅଟୋରିକ୍ସା ବା ଟ୍ୟାକ୍ସି ବ୍ୟବହାର କରୁଛନ୍ତି । ଯାହା ଫଳରେ ସେମାନେ କମ୍ ଖର୍ଚ୍ଚରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଖାସ୍ କରି ବଡ ବଡ ସହରରେ ଅଟୋ ଟ୍ୟାକ୍ସିର ଚଳନ ବହୁତ ବଢିଛି । ଲୋକମାନେ ନିଜ ମୋବାଇଲରେ ଅଟୋ ଟ୍ୟାକ୍ସି ବୁକ୍ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଉଛନ୍ତି । ବେଙ୍ଗାଲୁରୁରେ ଏମିତି ଏକ ଟ୍ୟାକ୍ସି ସେବା ହେଉଛି ନମ୍ମା ଯାତ୍ରୀ ଆପ୍ ଯାହା ସହରରେ ଅଟୋ ରିକ୍ସା ସେବା ଯୋଗାଇ ଦେଉଛି । କିନ୍ତୁ ଏଥର ନମ୍ମା ଯାତ୍ରୀ ନିଜ ଅଟୋ ଡ୍ରାଇଭରଙ୍କ ପାଇଁ ଏମିତି ସୁବିଧା ବାହାର କରିଛି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ବେଙ୍ଗାଲୁରୁର ନମ୍ମା ଯାତ୍ରୀ ଆପ୍ ଅଟୋ ଡ୍ରାଇଭରଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛି । ନିକଟରେ ୧୬ ଫେବୃୟାରୀରେ ଏକ୍ସ(ଟ୍ବିଟର)ରେ ଏକ ସ୍କ୍ରିନସଟ୍ ସେୟାର କରାଯାଇଛି ଯେଉଁଥିରେ ଅଟୋରିକ୍ସା ଚାଳକଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେବା ପାଇଁ ଏକ ବିକଳ୍ପ ନଜର ଆସିବ । ନେହଲ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି କି ଏହି ସୁବିଧା ବାସ୍ତବରେ ଅତି ଉତ୍ତମ । ଆପର ଏହି ସୁବିଧା ଜରିଆରେ ଯାତ୍ରୀ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଉଥିବା ଡ୍ରାଇଭରଙ୍କୁ ତାଙ୍କ ଖାସ୍ ଦିନରେ ଟିକିଏ ଖୁସି ବାଣ୍ଟିପାରିବେ ।

- Advertisement -

ସୋସିଆଲ ମିଡିଆରେ ନମ୍ମା ଯାତ୍ରୀ ଆପର ଏହି ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି ଏବଂ ଏପର୍ଯ୍ୟନ୍ତ ୯୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିସାରିଛନ୍ତି । କେବଳ ଏତିକି ନୁହେଁ, ଏଥିରେ ଲୋକମାନେ ଲଗାତର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି । ଅନେକ ଲୋକ ନମ୍ମା ଯାତ୍ରୀ ଆପକୁ ପ୍ରଶଂସା କରୁଛନ୍ତି । କହିରଖୁଛୁ ନମ୍ମା ଯାତ୍ରୀ ଏକ ମୋବିଲିଟି ଆପ୍ଲିକେସନ ଯାହା ବେଙ୍ଗାଲୁରୁ ଏବଂ ଆଖପାଖ ଅଞ୍ଚଳରେ ବ୍ୟବହାର କରି ଅଟୋ ରିକ୍ସା ବୁକ୍ କରିପାରନ୍ତି । ଅର୍ଥାତ୍ ଏହା ଓଲା-ଉବର ଭଳି ଏକ ଆପ୍ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories