MEllora 950×100

କୁନୋରେ ଚିତାବାଘ ଜନ୍ମ ଦେଲା ୪ ଛୁଆ

ଭୋପାଳ : ଆଫ୍ରିକାର ନାମ୍ବିଆରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାବାଘ ମଧ୍ୟରୁ ଗୋଟିଏ ୪ଟି ଛୁଆ ଜନ୍ମ ଦେଇଛି। ଚିତାବାଘ ଛୁଆ ଦେବା ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଭାରତରେ ଚିତାବାଘ ଛୁଆ ଦେବାକୁ ଭାରତର ବନ୍ୟପ୍ରାଣୀ ସଂରକ୍ଷଣ ଇତିହାସର ଅମୃତକାଳ ବୋଲି ଭୂପେନ୍ଦ୍ର କହିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମ୍ବିଆରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ। ତେବେ ମାର୍ଚ୍ଚ ୨୭ ତାରିଖରେ ଶାଶା ନାମକ ଗୋଟିଏ ମାଈ ବାଘ ବୃକକ୍‌ ଜନିତ ରୋଗରେ ପ୍ରାଣ ହରାଇଥିଲା।

Comments are closed.