www.samajalive.in
Saturday, December 13, 2025
21.1 C
Bhubaneswar

୫୦ ଲକ୍ଷ ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା

ଝାରସୁଗୁଡ଼ା : ଚିହ୍ନା ପରିଚୟର ସୁଯୋଗ ନେଇ ଅପହରଣ ଓ ପରେ ହତ୍ୟା​ କଲେ। ଜଙ୍ଗଲରେ ଶବକୁ ପୋଡି ଫିଙ୍ଗି ଦେଇ ଚାଲି ଆସିିଲେ। ସୋମବାର ଅପରାହ୍ଣରେ ଘରୁ କ୍ରିକେଟ ଖେଳିବା ପାଇଁ ବାହାରି ଯାଇଥିବା ଝାରସୁଗୁଡ଼ା ସରବାହାଲର ସମର୍ଥ ଅଗ୍ରୱାଲ(୧୫)ଙ୍କ ହତ୍ୟା ଘଟଣାର ଏହା ହେଉଛି ହୃଦୟ ବିଦାରକ କାହାଣୀ। ପୁଅର ମୁଣ୍ଡଜାମିନ ରଖି ତାଙ୍କ ବାପାଙ୍କୁ ମାଗିଥିଲେ ୫୦ଲକ୍ଷ ଟଙ୍କା। ତେବେ ପରିବାର ଲୋକେ କିମ୍ବା ପୁଲିସ କିଛି କରିବା ପୂର୍ବରୁ ନାବାଳକ ସମର୍ଥକୁ ହତ୍ୟା କରିଥିଲେ। ଗୁରୁବାର ସକାଳୁ ସମର୍ଥଙ୍କ ଅର୍ଦ୍ଧଦଗ୍ଧ ଶବ ବରଗଡ଼ ଭେଡେନ ଥାନା ଅଞ୍ଚଳରୁ ମିଳିବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଅପରପକ୍ଷରେ ପୁଲିସ ଏହି ଘଟଣାରେ ଝାରସୁଗୁଡ଼ା ବିଜୁନଗରର ଅମିତ ଶର୍ମା ଓ ବ୍ରଜରାଜନଗର ଗାନ୍ଧିଛକ ନିବାସୀ ଦୀନେଶ ଅଗ୍ରୱାଲଙ୍କୁ ଗିରଫ କରିଛି। ସମର୍ଥଙ୍କ ପରିବାର ସହ ସୁସଂପର୍କ ଥିବା ଏହି ଦୁଇ ଦୁର୍ବୃତ୍ତଙ୍କୁ ଜେରା ସମୟରେ ସେମାନେ ସମର୍ଥକୁ ହତ୍ୟା କରିିଥିବା ସ୍ବୀକାର କରିଥିବା ପୁଲିସ କହଛି। ତେବେ ହତ୍ୟାର କାରଣ କେବଳ ଟଙ୍କା ନା ଅନ୍ୟ କିଛି ତାହା ସ୍ପଷ୍ଟ ହୋଇ ନ ଥିବା ଏବଂ ଏନେଇ ତଦନ୍ତ ଜାରି ଥିବା ଜଣାପଡିଛି। ଗତ ୨୭ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସମର୍ଥ ନିଜ ଇଲେକ୍ଟ୍ରିକ୍ ସ୍କୁଟି ଧରି କ୍ରିକେଟ ଖେଳିବାକୁ ବାହାରିଥିଲେ। ରାସ୍ତାରେ ତାଙ୍କ ପରିବାର ସହ ପୁରୁଣା ସଂପର୍କ ଥିବା ଅମିତ ଶର୍ମାଙ୍କ ସହ ଦେଖାହେଲା । ଆଗରୁ ପରିଚୟ ଥିବାରୁ ସମର୍ଥ ତାଙ୍କୁ ସ୍କୁଟିରେ ଗାନ୍ଧିଛକ ପାଇଁ ଲିପ୍ଟ ଦେଇଥିଲେ। ନିଜ ବନ୍ଧୁ ଦୀନେଶ ଅଗ୍ରୱାଲ ସହିତ କାରରେ ସମର୍ଥଙ୍କୁ ବସାଇ ସମ୍ବଲପୁର ଅଭିମୁଖେ ନେଇଯାଇଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳେ ବୁର୍ଲା ଓଭର ବ୍ରିଜ ରାସ୍ତାରୁ ସମର୍ଥର ମୋବାଇଲରୁ ତାଙ୍କ ବାପାଙ୍କୁ ଫୋନ କରି ପୁଅକୁ ସକୁଶଳେ ଚାହୁଁଥିଲେ ୫୦ଲକ୍ଷ ଟଙ୍କା ନେଇ ଆସିବା ଲାଗି କହିବା ସହ ଏହି ସୂଚନା କାହାରିକୁ ନ ଦେବା ପାଇଁ ଚେତାବନୀ ଦେଇଥିଲା। ଅପରପକ୍ଷରେ ବ୍ୟାଟେରି ବ୍ୟବସାୟ କରୁଥିବା ସମର୍ଥର ପିତା ସୁମିତ ଅଗ୍ରୱାଲ ଏଭଳି ଫୋନ କଲ ପାଇବା ପରେ ବ୍ୟତିବ୍ୟସ୍ତ ହୋଇ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ଚାଲିଥିବା ଭିତରେ ୨୮ ତାରିଖ ରାତି ଉଭୟ ଅଭିଯୁକ୍ତ ସମର୍ଥ ଅଗ୍ରୱାଲଙ୍କୁ ହତ୍ୟା କରିଥିବା ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ୍ ଗଣମାଧ୍ୟମକୁ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସ୍ମିଥ କହିଛନ୍ତି ୨୭ତାରିଖ ରାତି ପ୍ରାୟ ୯ଟ​‌ାରେ ମୃତକଙ୍କ ପିତା ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ୩ଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳ ବିଭିନ୍ନ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହିତ ଅତି କମ୍‌ରେ ୫୦ଟି ସିସିଟିଭି ଫୁଟେଜ ଯୋଗାଡ଼ କରି କରି ଝାରସୁଗୁଡ଼ା ସମେତ ପଡ଼ୋଶୀ ଜିଲାରେ ତଦନ୍ତ କରିଥିଲେ। ତଦନ୍ତ ବେଳେ ସମର୍ଥଙ୍କ ସ୍କୁଟିରେ ଅମିତ ବସିଥିବା ଜଣାପଡିଥିଲା। ସେହିପରି ବିଭିନ୍ନ ପ୍ରମାଣ ଆଧାରରେ ପୁଲିସ ୨୮ତାରିଖ ରାତିରେ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ଗିରଫ କରିଥିଲା। ଜେରା ବେଳେ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ସୂଚନା ଆଧାରରେ ବରଗଡ଼ ପୁଲିସ ଭେଡ଼େନ ଥାନା ଦେଶଭଟଲି ଅଞ୍ଚଳରୁ ସମର୍ଥଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ କରିଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories