www.samajalive.in
Monday, December 15, 2025
15.1 C
Bhubaneswar

ନକଲି ଡାକ୍ତରଙ୍କୁ ଅସଲି ସଜା-୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୬ହଜାର ଟଙ୍କା ତଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଙ୍କର ମହାନ୍ତି ଶୁକ୍ରବାରରେ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ନକଲି ସରକାରୀ ଡାକ୍ତରଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୬ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ଆଜି ଏହି ରାୟ ପ୍ରକାଶ ପାଇବା ପରେ ଜିଲାର ବିଭିନ୍ନ ଚିକିତ୍ସାଳୟରେ ଅବସ୍ଥାପିତ ଡାକ୍ତର ଓ କର୍ମଚାରୀଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗର ବିବରଣୀରୁ ପ୍ରକାଶ, ଡାକ୍ତର ପଦ୍ମନାଭନ ମୁଖୀ କାରୱା ଗତ ୨୦.୦୭.୨୦୧୬ ଦିନ ନିଜର ନକଲି ଏମ.ବି.ବି.ଏସ ଡିଗ୍ରୀ ଦାଖଲ କରି ଜିଲା ସ୍ବାସ୍ଥ୍ୟ ବିଭାଗଠାରୁ ସହକାରୀ ସର୍ଜନ ଭାବେ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚୁକ୍ତି ଭିତ୍ତିକ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ ।

ବେଶ କିଛି ଦିନ ନିଜର ଡାକ୍ତରୀପଣିଆ ଦେଖାଇ ରୋଗୀଙ୍କୁ ସେବା କରିବା ସହ ପ୍ରେସକ୍ପିସନ(ଚିକିତ୍ସାପତ୍ର) ଦେଇ ଆସୁଥିଲେ । ଅଭିଯୋଗ ହେବା ପରେ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ମିଶ୍ର ମେଡିକାଲ କାଉନସିଲ ଓ ବୁର୍ଲା ମେଡିକାଲ କଲେଜକୁ ମଧ୍ୟ ତାଙ୍କ ଡିଗ୍ରୀର ସତ୍ୟତା ନେଇ ଚିଠି ଲେଖିଥିଲେ । ବୁର୍ଲାରୁ ଏଭଳି ନାମଧାରୀ ବ୍ୟକ୍ତି କେହି ଏମ.ବି.ବି.ଏସ ପାଶ କରିନଥିବାର ରିପୋର୍ଟ ପାଇବା ପରେ ଗତ ୧୨.୧୧.୨୦୧୯ ଦିନ ଟାଉନ ଥାନାରେ ନକଲି ଡାକ୍ତର ପଦ୍ମନାଭନ ମୁଖୀଙ୍କ ନାମରେ ଏତଲା ଦାଏର କରିଥିଲେ । ଟାଉନ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ୩୦.୧୨.୨୦୧୯ ଦିନ ଉକ୍ତ ନକଲି ଡାକ୍ତରଙ୍କ ବିରୁଧରେ ଅଦାଲତରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଶୁଣାଣିରେ ମାଜିଷ୍ଟ୍ରେଟ ଶ୍ରୀ ମହାନ୍ତି ଏତଲାକାରୀ ଡାକ୍ତରଙ୍କ ସମେତ ଏକାଧିକ ଡାକ୍ତର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମୋଟ ୨୧ଜଣଙ୍କ ସାକ୍ଷ୍ୟ ଓ ୨୩ ନଥୀପତ୍ରକୁ ଯାଞ୍ଚ କରିବା ସହ ମହିଳା ସହକାରୀ ସାଧାରଣ ଅଭିଯୋଜକ ଅନୁଶୟା ନାଏକ ଉଚ୍ଚତମ ନ୍ୟାୟାଳୟ ସମେତ ଅନ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାର ପାଇଁ ଆସିଥିବା ମକୋଦ୍ଦମାର ନଜରି ଅଦାଲତରେ ବଳିଷ୍ଠ ଭାବେ ଉପସ୍ଥାପନ କରିଥିଲେ । ଉଭୟ ପକ୍ଷର ଯୁକ୍ତିତର୍କ ଶୁଣିବା ପରେ ମାଜିଷ୍ଟ୍ରେଟ ଶ୍ରୀ ମହାନ୍ତି ନକଲି ଡାକ୍ତରଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିଜ ରାୟ ଶୁଣାଇଥିବା ବେଳେ ତଣ୍ଡ ଅନାଦେୟ ଅଧିକ ୨ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ସ୍ପଷ୍ଟ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories