www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ, କେତେ କ୍ଷତିକାରକ ନଖକୁ ସୁନ୍ଦର କରୁଥିବା ନେଲପଲିସ

ସାଧାରଣତଃ ମହିଳାମାନେ ନଖରେ ନେଲ ପଲିସ୍ ଲଗାଇବାକୁ ଖୁବ୍ ଭଲପାଆନ୍ତି। ଆଜି କାଲି ତ ନଖରେ ବିଭିନ୍ନ ପ୍ରକାରର ଚିତ୍ର ବା ନେଲ୍ ପେଣ୍ଟ୍ କରାଯାଉଛି। ଏହା ବର୍ତ୍ତମାନ ସମୟରେ ଏକ ଫ୍ୟାଶନ ପାଲଟି ଯାଇଛି। ହେଲେ କ’ଣ ଆପଣ ଜାଣନ୍ତି କି, ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ନେଲପଲିସରେ ଟ୍ରିଫେନଲ୍ ଫସ୍କେଟ୍ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି। ହେଲେ ନେଲପଲିସର ଲେଭଲ୍ ରେ ଏହାର ନାମ ଲେଖା ହୋଇନାହିଁ। ତେବେ ଚାଲନ୍ତୁ ଜାଣିବା ନେଲପଲିସରେ ଥିବା ରାସାୟନିକ ପଦାର୍ଥଗୁଡ଼ିକ କିପରି ଆପଣଙ୍କର କ୍ଷତି କରିପାରେ।

ଏକ ଗବେଷଣାରୁ ଜଣାପଡ଼ିଛି, ନେଲ୍ ପେଣ୍ଟରେ ଟାଲଇନ୍ ନାମକ ଏକ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଏହା ନଖ ସଂସ୍ପର୍ଶରେ ଆସିବା ପରେ ଶରୀରର ଅନ୍ୟ କୋଷଗୁଡିକ ସଂସ୍ପର୍ଶରେ ମଧ୍ୟ ଆସିଥାଏ, ଯାହାର ପରିଣାମ ସ୍ୱରୂପ ନର୍ଭସ ସିଷ୍ଟମ୍ ପ୍ରଭାବିତ ହୋଇଥାଏ। ନେଲପଲିସରେ ପଂଥାଲେଟ୍ସ ନାମକ ଅନ୍ୟ ଏକ ତୈଳାକ୍ତ ରାସାୟନିକ ପଦାର୍ଥ ରହିଛି, ଯାହା ଆଖି ଓ ମୁହଁ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବାର ଆଶଙ୍କା ବଢିଯାଏ। ଏହା ଫଳରେ ନାକ ଓ ଗଳାରେ ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ରହିଛି। ନେଲପଲିସରେ ନ୍ୟୁରୋ ଟକ୍ସିନ୍ ଭଳି ବିଷାକ୍ତ ପଦାର୍ଥ ମିଶା ଯାଇଥାଏ, ଯାହା ସିଧାସଳଖ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories