MEllora 950×100

ନଖକଳାରୁ ରୋଗ

ନଖକଳାର ଆଦର ଦିନକୁ ଦିନ ବଢ଼ିଚାଲିଛି। କଲେଜ ପଢ଼ୁଆ ଝିଅ, କର୍ମଜୀବୀ ମହିଳା ଓ ବୟସ୍କା ସମସ୍ତଙ୍କୁ ଏହି ନୂଆ ନଖକଳା ବେଶ୍ ପସନ୍ଦ ଆସିଛି। ବିଶେଷଜ୍ଞ ଦଳ କିନ୍ତୁ ସତର୍କ କରାଇଛନ୍ତି ଯେ ସବୁବେଳେ ନଖକଳା କରିବା ଆଦୌ ଭଲ ନୁହେଁ। ବାରମ୍ବାର ନେଲ୍‌ପଲିସ ଲଗାଇବା ଦ୍ୱାରା ନଖ ଶୁଷ୍କ ହୋଇ ହଳଦିଆ ପଡ଼ିଯାଏ। ନେଲ୍‌ପଲିସରେ ଫର୍ମାଲଡିହାଇଡ୍‌, ଡେବ୍ୟୁଟିଲ ଫେଥଲେଟ୍‌ ଏବଂ ଟାଲ୍ୟୁଇନ୍‌ ପରି ରାସାୟନିକ ପଦାର୍ଥ ଥିବାରୁ ତା’ ସମସ୍ୟା ସୃଷ୍ଟି କରେ। ନେଲ୍‌ପଲିସରେ ଥିବା ଟାଲ୍ୟୁଇନ୍‌ ତତ୍ତ୍ବ ସବୁଠୁ କ୍ଷତିକାରକ।

ଏହା ଶିରା ପ୍ରଶିରାଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଉଛି। ଟାଲ୍ୟୁଇନ୍‌ ପ୍ରଭାବରେ ଦେହହାତ ଦରଜ, ମୁଣ୍ଡ ବୁଲାଇବା, ଥଣ୍ଡା, ଏବଂ ହାଲିଆ ଲାଗେ। କେବଳ ଏତିକି ନୁହେଁ, ଟାଲ୍ୟୁଇନ୍‌ ବୃକକ୍, ଯକୃତ ଏବଂ ପ୍ରଜନନ ସମସ୍ୟା ମଧ୍ୟ କରାଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ନେଲପଲିସ୍‌ରେ ଥିବା ଫର୍ମାଲଡିହାଇଡ୍‌ ଏକ ରଙ୍ଗହୀନ ଗ୍ୟାସ। ଏହି ତତ୍ତ୍ବ କାରଣରୁ ନେଲ୍‌ପଲିସ ବହୁଦିନ ପର୍ଯ୍ୟନ୍ତ ନଖରୁ ଛାଡ଼େନି ଓ ତା’ ସହ କର୍କଟର ଆଶଙ୍କା ବଢ଼ାଇଥାଏ।

Comments are closed.