ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ ଓ ସ୍ୱଚ୍ଛ ରୂପେ ସଂପନ୍ନ କରାଇବା ପାଇଁ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛିା ସେହି କ୍ରମରେ ରାଜ୍ୟରେ ଅତିରିକ୍ତ ଦଶ (୧୦) କମ୍ପାନୀ ତ୍ରିପୁରା ରାଜ୍ୟ ସଶସ୍ତ୍ର ପୋଲିସ (ଭାରତ ରିଜର୍ଭ ବାଟାଲିୟନ୍) ମୁତୟନ ପାଇଁ ନିଷ୍ପତ୍ତି ହୋଇଛିା ଏହି ଦଶ କମ୍ପାନୀ ସଶସ୍ତ୍ର ପୋଲିସ ବଳ ଓଡ଼ିଶାର ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ସୋନପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ମୁତୟନ ହେବେ।
ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦେଶରେ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଡିଜି ସଞ୍ଜୟ କୁମାର, ସିଏପିଏଫ୍ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଡିଜି ଏସ୍. ଦେବଦତ୍ତ ସିଂ ଓ ଷ୍ଟେଟ୍ ଫୋର୍ସ କୋର୍ଡିନେଟର ତଥା ସିଆରପିଏଫ ଆଇଜି ଅର୍ଚ୍ଚନା ଶିବହରେଙ୍କ ମଧ୍ୟରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକ ପରେ ତୃତୀୟ ପର୍ଯ୍ୟାୟ ମୁତୟନ ଚୂଡ଼ାନ୍ତ ହୋଇଥିଲା।
ଏହି କମ୍ପାନୀଗୁଡ଼ିକ ନିଜ ନିଜର ମୁତୟନ ହୋଇଥ#ବା ସ୍ଥାନରେ ୨୦୨୪ ମଇ ୧ ତାରିଖରୁ କାର୍ଯ୍ୟ ଆରମ୍ଭ କରିବୋ ରାଜ୍ୟରେ ସୁରକ୍ଷିତ ନିର୍ବାଚନ ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା ପାଇଁ ପୂର୍ବରୁ ରହିଥିବା ସଶସ୍ତ୍ର ବାହିନୀ ଓ ପୋଲିସ ବଳ ସହ ମିଶି ଏହି ୧୦ କମ୍ପାନୀ ରାଜ୍ୟ ସଶସ୍ତ୍ର ବାହିନୀ, ତି୍ରପୁରା ବିଶେଷ ସହାୟକ ହେବ।



