ଭାରସାମ୍ୟ ହରାଇ ଓଲଟିଲା ପିକଅପ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ୨୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ତିଲିଆ କନାରୀ ନିକଟରେ ଏକ ପିକଅପ ଭାରଶ୍ୟାମ ହରାଇ ଓଲଟି ପଡିଥିଲା।
Related Posts
ସୂଚନା ଅନୁଯାଇ ,ଏକ ପ୍ଲାଷ୍ଟିକ ପାଇପ ବୋଝେଇ ପିକଅପ ନଂ (ଓଆର ୨୩ଡି ୭୨୮୭)ଗତ କାଲି ରାତ୍ର ରେ କଳାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ତିଲିଆ କନାରୀ ନିକଟ କଲଭଟ ତଳକୁ ଓଲଟି ପଡିଥିଲା। ସକାଳେ ଖବର ପାଇ ମୈଦଲପୁର ଫାଣ୍ଡି ଅଧିକାରୀ ଦାଇତ୍ୱରେ ଥିବା ତୁମ୍ବର୍ଲା ଫାଣ୍ଡି ଅଧିକାରୀ ଶୁଭେନ୍ଦୁ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲ୍ପର ଆହତ ହୋଇ ମୈଦଲପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
Comments are closed.