ନବରଙ୍ଗପୁର: ରାସ୍ତା ପାଲଟିଛି ମରଣଯନ୍ତା,ଆଣ୍ଠୁଏ କାଦ ରେ ବେହାଲ ଗ୍ରାମବାସୀ। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏ ଭଳି ଏକ ଦୃଶ୍ୟ ମାଝୀଗୁଡା ପଞ୍ଚାୟତ ସଦର ମହକୁମା ର ୭ ନମ୍ବର ୱାର୍ଡ ଭିମା ସାହି ସହ ମାଝୀଗୁଡା କୁ ସଂଯୋଗ କରୁଥିବା ରାସ୍ତା ଅଳ୍ପ ବର୍ଷା ହେଲେ କାଦୁଅ ପୋଚ ପୋଚ ହୋଇ ବେହାଲ ହୋଇ ମରଣଯନ୍ତା ପାଲଟିଛି ସାହି, ଲୋକ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେବାର ଦେଖି ବାକୁ ମିଳିଛି ଏ ନେଇ ଭିମାସାହି ବାସିନ୍ଦା ମାନେ ସରପଞ୍ଚ, ପାପଡାହାଣ୍ଡି ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଜଣାଇଥିଲେ କିନ୍ତୁ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପଲ୍ଲୀ ଅଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେବି ଅଧିକାଂଶ ଗ୍ରାମ ଗୁଡିକ ବର୍ଷା ଦିନେ ରାସ୍ତା ରେ ଯାତାୟାତ ଠପ ହୋଇଯାଉଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିବା ଯୋଗୁଁ ରୋଗୀ ହୁଅନ୍ ଜରୁରୀ କାର୍ଯ୍ୟରେ ବାହାରିଲେ କାଦୁଅ ପଚ ପଚ ରାସ୍ତା ଦେଇ ଯିବାକୁ ପଡୁଛି ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ତ ଦୂରର କଥା ସାମାନ୍ୟ ଦୁଇ ଚକିଆ ଯାନ ଯାଇପାରୁନାହିଁ ଦୁଇ ଚକିଆ ବାହାନରେ ରାସ୍ତା ଯାଗୁଁ ୪ଥର ଦୃଘଟଣା ଘଟିଲାଣି, ବସ୍ତି ଲୋକେ ରାସ୍ତାରେ ନିଜେ ମାଟି ପକାଇ ଥିଲେ କିନ୍ତୁ ବର୍ଷା ହେବାରୁ ପୁଣି ସେହି ଅବସ୍ଥା ହେଇ ଗଲା, ଏହି ରlସ୍ତlଵସ୍ଥା ବିପର୍ଯ୍ୟସ୍ତ ହୋଇଯାଇଥିବା ଯୋଗୁଁ ଗ୍ରାମବାସୀ ଏହି ରାସ୍ତାକୁ ଶୀଘ୍ର ମରାମତି କରିବା ପାଇଁ ଦାବି କରିଛନନ୍ତି।



