www.samajalive.in
Monday, December 8, 2025
16.1 C
Bhubaneswar

ମୈଦଲପୁରରେ ବଢୁଛି କରୋନା ସଂକ୍ରମଣ, ୫ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ

ନବରଙ୍ଗପୁର,: ମୈଦଲପୁର ଅଂଚଳରେ ଦିନକୁଦିନ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଡ଼ିବାରେ ଲାଗିଛି। ଏପରି ସ୍ଥଳେ ଗତକାଲି ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୈଦାଲପୁର ଗ୍ରାମରେ ମୃତ୍ୟୁ ହୋଇଥିଲା। ଫଳରେ ପଞ୍ଚାୟତ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୂର୍ଣ ପଞ୍ଚାୟତକୁ ସରପଞ୍ଚ ଜଣକ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ସଟଡାଉନ ଘୋଷଣା କରିଛନ୍ତି।
 ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତରେ କିଛିଦିନ ତଳେ ଏକ ବିବାହ ଭୋଜି ରେ ଯୋଗଦେଇ ୧୭ରୁ ଅଧିକ ଆକ୍ରାନ୍ତ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ବଡ଼ିବାରେ ଲାଗିଛି, ଯଦ୍ୱାରା କି ସ୍ଥାନୀୟ ଲୋକେ ଏକପ୍ରକାର ଭୟବିତ୍ତ ହୋଇ ରହୁଛନ୍ତି। ଅମାନିଆମାନେ ହାଟ ବଜାରରେ ବିନା କାରଣରେ ଭିଡ଼ ଜମାଉଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ସାହାଯ୍ୟ ହେଉଅଛି। ଏହି ସମୟରେ ପୁଣି  ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ଯୋଗୁଁ ମୈଦଲପୁରରେ ଭୟର ବାତାବରଣ ସୃଷ୍ଟି ହୋଇପଡ଼ିଲା।
ଭବିଷ୍ୟତରେ ସଂକ୍ରମଣ ଆଶଙ୍କା କରି ମୈଦଲପୁର ସରପଞ୍ଚ ଶୁଭଲଷ୍ମୀ ପାଞ୍ଜିଆ, ମୈଦଲପୁର ପୁଲିସ ଙ୍କ ଉଦ୍ୟମରେ ଆଜିଠାରୁ ଏପ୍ରିଲ ୨୬ ତାରିଖ ଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ୫ଦିନ ପର୍ଯ୍ୟନ୍ତ ମୈଦଲପୁରକୁ ସଟଡାଉନ ଘୋଷଣା  କରିଛନ୍ତି। ଏଥିସହିତ  ଜନସାଧାରଣଙ୍କୁ ବ୍ୟସ୍ତ ନ ହୋଇ କୋଭିଡ ନିୟମ ପାଳନ କରିବା ପାଇଁ ନିବେଦନ କରିଛନ୍ତି। ଏହି ସଟ ଡାଉନ କୁ ସମସ୍ତେ ଯେପରି ପାଳନ କରିବେ ସେଥିପାଇଁ ଏକ ଵିଜ୍ଞାପନ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି। ଏପଟେ କଳାହାଣ୍ଡି ଜିଲ୍ଲା ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରେ କରୋନା ଦ୍ରୁତ ଗତିରେ ବଢୁଥିବା ଯୋଗୁଁ  ମୈଦଲପୁର ଏହାର ସୀମାକୁ ଲାଗି ରହିଥିବା ହେତୁ କୌଣସି ପ୍ରବାସୀ ଶ୍ରମିକ ଯଦି ମୈଦଲପୁରକୁ ପ୍ରବେଶ କରି ପାରେ ସେ ଦୃଷ୍ଟିରୁ ମାସ୍କ ସହ ଚେକିଂକୁ ହେଲମେଟ କଡା କଡ଼ି କରାଯାଇଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories