www.samajalive.in
Monday, December 15, 2025
16.1 C
Bhubaneswar

ଡିଜିଟାଲ ଯୁଗରେ ମଞ୍ଚ କଳାକୁ ବଞ୍ଚାଇ ରଖିବାକୁ ଆହ୍ୱାନ

ନବରଙ୍ଗପୁର: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଓଡିଶା ନାଟ୍ୟ ସଂଘ ପକ୍ଷରୁ ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି। କାର୍ୟ୍ୟକ୍ରମ ଆରମ୍ଭ ରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହି କାର୍ୟ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ଅଭିନେତା ପାର୍ଥ ସାରଥି ରାୟ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ କଳାର କେବେ ଅନ୍ତ ନାହିଁ। କଳା ଓ କଳାକାର ଚିରଦିନ ରହିଥିବେ, ନୂତନ ଯୁଗରେ ନୂତନ କଳାକାର ପୀଢ଼ି କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବେ ବୋଲି ଅତିଥି ମାନେ କହିଥିଲେ। ଆଜିର ଡିଜିଟାଲ ଯୁଗରେ ଦିନକୁ ଦିନ ଯେହେତୁ ମଞ୍ଚ ନାଟକ ପ୍ରତି ଦର୍ଶକଙ୍କ ଆଗ୍ରହ କମୁଛି, ଆଗାମୀ ଦିନରେ ମଞ୍ଚ କଳାକୁ ବଞ୍ଚାଇ ରଖିବା ଓ ଏହାର ଉତ୍ଥାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ବକ୍ତାମାନେ କଳାକାର ସମାଜକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଜିଲ। ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ବରିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ ପ୍ରେମ୍ ଚାନ୍ଦ ପଟ୍ଟନାୟକ, ଚଳଚ୍ଚିତ୍ର ଅଭିନେତା, ଦୂରଦର୍ଶନ ନିର୍ଦ୍ଦେଶକ ତଥା ମଞ୍ଚ ଅଭିନେତା ସୁରେଶ ମହାନ୍ତି, ଓଡ଼ିଶା ନାଟକ ସଂଘ ର ଜିଲ୍ଲା ସଂଯୋଜକ ଜଗନ୍ନାଥ ବେହେରା ମଞ୍ଚାସୀନ ଥିଲେ। ଟେଲି ନିର୍ଦ୍ଧେଶକ ମନୋଜ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଦିଲ୍ଲୀପ ହୋତା, ବିଶ୍ୱ ଭୂଷଣ ମହାନ୍ତି, ପ୍ରଭାସିନୀ ମହାନ୍ତି, ସୁରେଶ ମିଶ୍ର, ଦୁର୍ଗା ପ୍ରସାଦ ପ୍ରଧାନୀ, କାର୍ତ୍ତିକ ଭତ୍ରା, ପ୍ରକାଶ ସାମନ୍ତରାୟ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରକାଶିନୀ ଚୌଧୁରୀ ଓ ଦେବୀ ପ୍ରସାଦ ତ୍ରିପାଠୀ ଅଭିନୟ ପ୍ରଦର୍ଶନ କରିଥିଲେ। ଜିଲ।ର କଳାକାର ଓ ନାଟ୍ୟପ୍ରେମୀ ମାନଙ୍କୁ ସଂଘ ତରଫରୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ନିରଞ୍ଜନ ମିଶ୍ର, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ମନୋରମା ମାଝୀ, ସଂଜୀବ ସିଂ, ଅଶୋକ ପଣ୍ଡା, ରଘୁନାଥ ରଥ, ବିଭୂଦତ୍ତ ସେଠୀ, ଭର୍ତ୍ତୃହରି ଭତ୍ରା, ଶକ୍ତି ପ୍ରସାଦ ବେହେରା, ଏ. ସନ୍ତୋଷ, ଦାଶରଥି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories