ପୁରୁଣା ଜେଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: ସ୍ୱାଧିନତା ସଂଗ୍ରାମର ମୁକସାକ୍ଷୀ ନବରଙ୍ଗପୁରର ପୁରୁଣା ଜେଲକୁ ଯାଇ ପରିଦର୍ଶନ କରିଥିଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟପାର ରାଷ୍ଟ୍ରମନ୍ତ୍ରୀ ଜୋହନ ବାର୍ଲା। ଏହି ଜେଲରେ ସ୍ୱାଧୀନତା ସଂଗ୍ରାମୀମାନେ ରହୁଥିଲେ। ଏଠାରେ ଜେଲରେ ରଖି ସଂଗ୍ରାମୀମାନଙ୍କୁ ଇଂରେଜ ସରକାର ନାନା ନିର୍ଯ୍ୟାତନା ଦେଉଥିବା ଜାଣିବାକୁ ପାଇଥିଲେ। ତେବେ ଏହା ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହି ଐତିହାସିକ ଜେଲର ପୁନଋଦ୍ଧାର କରିବାକୁ ସେ ଜିଲାପାଳଙ୍କୁ କହିଥିଲେ।

ଏହି ପରିଦର୍ଶନ ବେଳେ ଜିଲାପାଳ ଡଃ.କମଳଲୋଚନ ମିଶ୍ର, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ତହସିଲଦାର ରବୀନ୍ଦ୍ର ରାଉତ, ଗୃହନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମିଶ୍ର, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାୟକ, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ନଗରପାଳ କୁନୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲା ଯୁବମୋଚ୍ଚା ପ୍ରଭାରୀ କାହ୍ନୁ ଦାସ, ଜିଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ ଓ ନଗର ସଭାପତି ପିଣ୍ଟୁ ମିଶ୍ରଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ।

Comments are closed.