ନବରଙ୍ଗପୁର: ନବରଙ୍ଗପୁର ସହରରେ ଚୈତ୍ର ନବରାତ୍ରିଅବସରରେ ଘଣ୍ଟ (କଳଶୀ) ଯାତ୍ରା ଯୋଗୁଁ ଉତ୍ସବମୁଖର ହୋଇ ଉଠିଛି। ମା’ ବୁଢି ଠାକୁରାଣୀ ମନ୍ଦିରରୁ ଚାରୋଟି କଳଶରେ ମା’ ଠାକୁରାଣୀ ପ୍ରତିଦିନ ସନ୍ଧ୍ୟାରେ ବାହାରି ପ୍ରଥମେ ମା’ ଭଣ୍ଡାର ଘରଣୀମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ବିଭିନ୍ନସାହିର ଘରକୁ ଘର ଯାଇପୂଜା ପାଉଛନ୍ତି। ଏହା ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲୁଛି। ଯାତ୍ରାର ବିଭିନ୍ନ ବାଜାବଜଣା ଓ ଭଜନ ସହିତ ପ୍ରବଳ ଗହଳି ହେଉଛିା ପ୍ରତ୍ୟେକ ଘର ସମ୍ମୁଖରେ ମାଙ୍କୁ ବିଭିନ୍ନ ଫୁଲଫଳ, ଧୂପଦୀପ ନୈବେଦ୍ୟ ଦେଇପୂଜା କରାଯାଉଛି। ଘରର ସମ୍ମୁଖରେବିଭିନ୍ନଝୋଟି ଦେଇ ଓ ନୂଆ ଲୁଗା ପକାଇ ମା’ଙ୍କୁ ସ୍ୱାଗତ କରାଯାଉଛି। ସେହିପରି ମା’ ଭଣ୍ଡାରଘରଣୀ ମନ୍ଦିରରେ ଚୈତ୍ର ନବରାତ୍ରି କାରଣରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତିଦିନ ମା’ଙ୍କର ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। କରୋନା କାରଣରୁ ଦୁଇ ବର୍ଷ ବନ୍ଦ ରହିବା ପରେ ଚଳିତ ବର୍ଷ ଏହି ଯାତ୍ରା କରାଯାଉଥିବାରୁ ସମସ୍ତ ସହରବାସୀଙ୍କର ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି।
Popular Categories



