www.samajalive.in
Monday, December 15, 2025
15.1 C
Bhubaneswar

ଉମରକୋଟର ୧୪ନମ୍ବର ବୁଥରେ ପୁନଃମତଦାନ

ନବରଙ୍ଗପୁର: ନବରଙ୍ଗପୁର ପୌର ପରିଷଦ ନିର୍ବାଚନରେ ମୋଟ ୬୯.୪୫ ପ୍ରତିଶତ ମତଦାନ ହୋଇଛି। ଏହି ପୌର ପରିଷଦର ୧୭ଟି ୱାର୍ଡର ୨୯ଟିବୁଥରେ ମତଦାନ କରାଯାଇଥିଲା। ସମସ୍ତ ବୁଥ୍‍ରେ ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ପୌରାଞ୍ଚଳରେ ଥିବା ୨୪୭୮୫ ଭୋଟରଙ୍କର ମଧ୍ୟରୁ ମୋଟ ୧୭୨୧୩ ଜଣ ଭୋଟର ଭୋଟ ଦେଇଥିଲେ। ଯାହାକି ୬୯.୪୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା। ଚାଉଁରିଆଗୁଡା, ଗାନ୍ଧିନଗର, ସେନାପତି ସାହି, ଦଶହରାପଦା ଓ ଗାଦବାଗୁଡା ବୁଥଗୁଡିକରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଭିଡ ରହିଥିଲା। ତେବେ ସମସ୍ତ ଇଭିଏମ ମେସିନ ଗୁଡିକ ସ୍ଥାନୀୟ ରାଜାଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟ ପରିସରରେ କରାଯାଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ତେବେ ନିର୍ବାଚନ ପ୍ରକିୟା ଅତିସୁରୁଖୁରୁରେ ସଂପନ୍ନ ହୋଇଥିବା ଜଣାଯାଇଛି।

ସେହିପରି ଉମରକୋଟ ପୌରପରିଷଦର ୧୪ଟି ୱାର୍ଡ ପାଇଁ ୨୭ଟି ବୁଥରେ ମତଦାନ ହୋଇଛି। ମୋଟ ୨୩୭୧୮ ଭୋଟରଙ୍କର ମଧ୍ୟରୁ ୧୭୦୫୬ ଜଣ ଭୋଟ ଦେଇଛନ୍ତି। ଯାହାକି ୭୨ ପ୍ରତିଶତ ହୋଇଛି। ତେବେ ୧୪ ନମ୍ବର ବୁଥରେ ଇଭିଏମ ଅସୁବିଧା ନେଇ ବିବାଦ ଦେଖାଦେବା ସହିତ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଏହି ବୁଥରେ ଭୋଟ ଗ୍ରହଣ ବନ୍ଦ କରାଯାଇଥିବାବେଳେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କର ନିର୍ଦ୍ଦେଶ ପ୍ରକାରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟାପର୍ଯ୍ୟନ୍ତ ମତଦାନ ହେବ ବୋଲି ଜଣାପଡିଛି। ତେବେ ଅନ୍ୟ ସମସ୍ତ ୨୬ଟି ବୁଥରେ ଶାନ୍ତି ପୂର୍ଣ୍ଣଭାବେ ମତଦାନ ହୋଇଥିବାବେଳେ ସମସ୍ତ ଇଭିଏମ ମେସିନକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ତେବେ ସମସ୍ତ ଆସନ୍ତା ୨୮ ତାରିଖ ଶନିବାର ଦିନ ନବରଙ୍ଗପୁର ଓ ଉମରକୋଟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories