www.samajalive.in
Monday, December 15, 2025
15.1 C
Bhubaneswar

ବରିଷ୍ଠନେତା କାଜମ୍‍ ମଦାନୀ ହେଲେ ରାଜ୍ୟବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି

ନବରଙ୍ଗପୁର:ବିଜୁଜନତାଦଳ ଛାଡି ଭାରତୀୟ ଜନତାପାର୍ଟି ରେ ଯୋଗଦେଇଥିବା ଉମରକୋଟର ବରିଷ୍ଠନେତା ସୟଦ୍‍ କାଜମ୍‍ ମଦାନୀ ଙ୍କୁ ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ଭାବେ ଦାୟୀତ୍ୱ ଦିଆଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କର ଅନୁମୋଦନ କ୍ରମେ ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସିକନ୍ଦର ଅଲ୍ଲୀ ତାଙ୍କୁ ରାଜ୍ୟ ଉପସଭାପତି ଭାବେ ମନୋନୀତ କରିଛନ୍ତି। କାଜମ ମଦାନୀ ଜଣେ ଲୋକ ପ୍ରିୟ ଟାଣୁଆ ନେତା ହୋଇଥିବାବେଳେ ଜଣେ ସମାଜସେବୀ ଭାବେ ସେ ଆଦିବାସୀ ସମାଜରେ ବେଶ୍‍ ଆଦୃତ।

 

- Advertisement -

ଏହି ନୂତନ ଦାୟୀତ୍ୱ ମିଳିବା ପରେ ଜିଲା ବିଜେପି ମହଲରେ ଉତ୍ସାହ ପ୍ରକାଶ ପାଇଛି। ତାଙ୍କୁ ରାଜ୍ୟ ବିଜେପି ଉପସଭାପତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଶୁଭଚ୍ଛୋ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories