www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡି ଚାପରେ ପୁଲିସ ମିଥ୍ୟା ଅଭିଯୋଗ ଦଫା ଲଗାଇଛି –ବିଜେପି

ନବରଙ୍ଗପୁର: ଗତ ନଭେମ୍ବର ୨୭ ତାରିଖ ଦିନ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଦିନ ମନ୍ତ୍ରୀଙ୍କ କାରରେ ଅଣ୍ଡା ମାଡ ହୋଇଥିଲା। ଏହିଘଟଣାରେ ପୁଲିସ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ନବରଙ୍ଗପୁର ଜିଲା ବିଜେପି ପକ୍ଷରୁ ପୁଲିସର କାର୍ଯ୍ୟାନୁଷ୍ଠାନକୁ ତିବ୍ର ବିରୋଧ କରାଯାଇଛି। ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଆସିଥିବା ମନ୍ତ୍ରୀଙ୍କୁ ପୋଲିସ ସୁରକ୍ଷା ଦେବାରେ ବିଫଳ ହୋଇଛି। ବିଜେପିର ଦୁଇ ଜଣ କାର୍ଯ୍ୟକର୍ତ୍ତା କାହ୍ନୁ ଦାଶ ଓ ପିଣ୍ଟୁ ମିଶ୍ରଙ୍କୁ ମନ୍ତ୍ରୀ କାର୍ଯ୍ୟକ୍ରମ ଯିବା ପୂର୍ବରୁ ଆଣି ଥାନାରେ ଅଟକ ରଖିଥିଲେ। ଏହି ଦୁଇ ଜଣଙ୍କୁ ଅଟକ ରଖିବା ୬ ଘଣ୍ଟା ପରେ ମନ୍ତ୍ରୀ ବସିନଥିବା କାରରେ ଏଫସିଆଇ ଗୋଦାମ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଅଣ୍ଡା ମାଡ ହୋଇଥିଲା। ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ସ୍ଥଳେ ସରକାରୀ ଅଧିକାରୀଙ୍କ କୌଣସି ଅଭିଯୋଗ କରିନଥିବା ବେଳେ ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଙ୍କ ଅଭିଯୋଗ କ୍ରମେ ପୁଲିସ ୪ ଜଣଙ୍କ ନାଁଏତଲା କରିଛି। ୨୭ ତାରିଖ ଦିନ କାହ୍ନୁ ଓ ପିଣ୍ଟୁଙ୍କୁ ପୁଲିସ ଥାନାରେ ଅଟକ ରଖିବା ପରେ ୨୮ ତାରିଖ ଦିନ ରାତ୍ର ସାଢେ ୯ଟା ଛାଡିଛି। ଏନେଇ ୧୫୯/୨୧ ଧାରା ୩୦୭, ୧୨୦(ବି), ୪୨୭ ଓ ୫୦୬ ରୁଜୁ କରିଛି। ଏବେ ୪ ଜଣ ଫେରାର ଥିବା କୋର୍ଟକୁ ଦର୍ଶାଇଛନ୍ତି। କାହ୍ନୁ ଓ ପିଣ୍ଟୁ ଥାନାରେ ଥିବା ସମୟରେ ମନ୍ତ୍ରୀଙ୍କ କାରରେ ଅଣ୍ଡାମାଡ ହୋଇଥିଲା। ଦୁଇ ଜଣଙ୍କ ମୋବାଇଲ ପୁଲିସ ନିକଟରେ ରହିଥିଲା। ତେବେ ଏହି ଘଟଣାରେ ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କର ନାମରେ ସଙ୍ଗୀନ ଦଫା ଲାଗାଯାଇଛି ଏହାକୁ ଜିଲା ବିଜେପି ଦୃଢ ନିନ୍ଦା କରୁଛି ବୋଲି କହିଛନ୍ତି।

 

- Advertisement -

ଏହି ଘଟଣାରେ ନେଇ ଜିଲା ଯୁବ ବିଜେପି ପ୍ରଭାରୀ କାହ୍ନୁ ଦାଶ କହିଛନ୍ତିଯେ, ଅଣ୍ଡା ମାଡ କରିନଥିବାବେଳେ ଆମ ନାଁରେ ପୁଲିସ ମିଥ୍ୟା ଅଭିଯୋଗ ଓ ଦଫା ଲଗାଇଛନ୍ତି। ଏହାକୁ ୧୫ ଦିନ ମଧ୍ୟରେ ପ୍ରତ୍ୟାହାର କରାଯାଉ। ନଚେତ ଜିଲାର ସମସ୍ତ ଥାନା ଓ ଏସପି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ କୌଣସି ସର୍ଚ୍ଚ ୱାରେଣ୍ଟ ଓ ମହିଳା ପୁଲିସ ନଥାଇ ବିଜେପିର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଘରେ ସାଧା ପୋଷାକରେ ପୁଲିସ ରାତି ଅଧିଆ ଚଢାଉ କରୁଛି। ଆଗକୁ କିଛି ଅଘଟଣ ଘଟିବ ତାହାହେଲେ ପୁଲିସ ପ୍ରଶାସନ ଏଥ ପାଇଁ ଦାୟୀ ହୋଇ ରହିବ। ଅଣ୍ଡା ମାଡ ନକରି ଏଭଳି ଦଫା ଲାଗାଯାଇଛି ତେବେ ଆଗାମୀ ଦିନରେ ପଥର ମାଡ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଭୂଲ ନକରି ଯେଉଁ ଦଫା ଲାଗୁଛି ଭୂଲ କଲେ ମଧ୍ୟ ସେହି ଦଫା ଲାଗିବ ବୋଲି କହିଛନ୍ତି । ପୁଲିସ ଫେରାର ଥିବା କହିବା ଅତି ଦୁଃଖଦ ଘଟଣା। ସେ ଓ ପିଣ୍ଟୁ ଦୁଇଜଣ ସହରରରେ ରହିଛୁ। ପୁଲିସ ଚାହିଲେ ଆମକୁ ଗିରଫ କରନ୍ତୁ। ନଚେତ ଆମେ ଥାନାରେ ଲିଖିିତ ଭାବେ ଜଣାଇ ଆଇନକୁ ସମ୍ମାନ ଜଣାଇ ଥାନାରେ ଆତ୍ମ ସମର୍ପଣ କରିବୁ ବୋଲି କାହ୍ନୁ କହିଛନ୍ତି। ଅଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ବିଜେପିର ଆଗଧାଡିରେ ରହି କାର୍ଯ୍ୟ କରୁଥିବା ନେତା , କାର୍ଯ୍ୟକର୍ତ୍ତା ଓ କର୍ମ ଙ୍କ ପ୍ରତି ପୁଲିସ ଶାସକ ବିଜେଡିର ଦଳର ଚାପରେ କର୍ମୀ ସାଜି ଏହି ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସ୍ୱଷ୍ଟ ଅନୁମେୟ ହେଉଛି ବୋଲି କହିଛନ୍ତି। ଅନ୍ୟମାନଙ୍କର ମଧ୍ୟରେ ପୂର୍ବତନ ଜିଲା ସଭାପତି ଗୋବିନ୍ଦ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲା ଉପସଭାପତି ସୁରେନ୍ଦ୍ର ବିଷୋୟୀ,ଜିଲା ମିଡିଆ ସଂଯୋଜକ ଦେବଦାଶ ମହାଙ୍କୁଡ, ଯୁବ ମୋର୍ଚ୍ଚା ନଗର ସଭାପତି ପିଣ୍ଟୁ ମିଶ୍ର ଓ ଯୁବନେତା ଅନନ୍ତ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories